ସେପ୍ଟେମ୍ବରରେ ଭାରତ-ଆମେରିକା ୨+୨ କଥାବାର୍ତ୍ତା

0

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଭାରତ ଓ ଆମେରିକା ମଧ୍ୟରେ ପ୍ରଥମ ୨+୨ କଥାବାର୍ତ୍ତା ହେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଜୁନ୍‍ ମାସରେ ଏହି କଥାବାର୍ତ୍ତା ହେବାକୁ ଥିବାବେଳେ କେତେକ ଜରୁରୀ କାର୍ଯ୍ୟକୁ ନେଇ ଏହାକୁ ସ୍ଥଗିତ ରଖାଯାଇଥିଲା। ସୀତାରମଣଙ୍କ କହିବା ଅନୁଯାୟୀ ଏହି ୨+୨ କଥାବାର୍ତ୍ତା ଦୁଇଦେଶର ଦୁଇଜଣିଆ ପ୍ରତିନିଧିଙ୍କ ମଧ୍ୟରେ ହେବ। ଭାରତର ବୈଦେଶିକ ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ସେମାନଙ୍କର ଆମେରିକା ପ୍ରତିପକ୍ଷଙ୍କ ସହ କଥାବାର୍ତ୍ତା କରିବେ। ରିପୋର୍ଟ ଅନୁଯାୟୀ ନୂଆଦିଲ୍ଲୀରେ ଏହି ବୈଠକ ହେବ। କଥାବାର୍ତ୍ତା ପାଇଁ ଆବଶ୍ୟକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‍ ଡୋଭାଲ ଆସନ୍ତା ମାସରେ ଆମେରିକା ଯିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତବର୍ଷ ତାଙ୍କର ଆମେରିକା ଗସ୍ତ କାଳରେ ଏହି ନୂଆ ପ୍ରକାର କଥାବାର୍ତ୍ତାର ପରିକଳ୍ପନା କରିଥିଲେ।

Leave A Reply