www.samajalive.in
Saturday, December 13, 2025
23.1 C
Bhubaneswar

ନିରପେକ୍ଷ କି ଉଦାସୀନ ନୁହେଁ, ସବୁବେଳେ ଶାନ୍ତି ସପକ୍ଷରେ ଭାରତ, କହିଲେ ମୋଦୀ

ଡେସ୍କ: ରୁଷ୍-ୟୁକ୍ରେନ ଯୁଦ୍ଧ ସମୟରେ ଭାରତ ନିରପେକ୍ଷ କିମ୍ବା ଉଦାସୀନ ନଥିଲା ଏବଂ ସବୁବେଳେ ଶାନ୍ତି ସପକ୍ଷରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। କିଭରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଆଲୋଚନା ବେଳେ ଶ୍ରୀ ମୋଦୀ ଭାରତର ଆଭିମୁଖ୍ୟକୁ ଦୋହରାଇଛନ୍ତି ଓ କହିଛନ୍ତି, କେବଳ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ବିବାଦର ସମାଧାନ ହୋଇପାରିବ। ଶାନ୍ତି ପ୍ରୟାସ ଦିଗରେ ସକ୍ରିୟ ଯୋଗଦାନ ଦେବାକୁ ନୂଆଦିଲ୍ଲୀ ପ୍ରସ୍ତୁତ ବୋଲି ସେ କହିଛନ୍ତି।

ଏହାପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ମୋଦି ଓ ୟୁକ୍ରେନ ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ସାକ୍ଷାତ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ୟୁକ୍ରେନ୍ ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ବୋଲି ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

- Advertisement -

ଜୟଶଙ୍କର ଆହୁରି ମଧ୍ୟ କହିଛନ୍ତି ଯେ ବାଣିଜ୍ୟ ଓ ଅର୍ଥନୈତିକ ସମ୍ପର୍କର ପୁନରୁଦ୍ଧାର ଉପରେ ବିଶେଷ ଧ୍ୟାନ ଦେବା ପାଇଁ ମୋଦୀ ଏବଂ ଜେଲେନସ୍କି ଆନ୍ତଃସରକାରୀ ଆୟୋଗକୁ ଦାୟିତ୍ୱ ଦେଇଛନ୍ତି। ଉଭୟ ନେତା ବାଣିଜ୍ୟ, ଅର୍ଥନୈତିକ ପ୍ରସଙ୍ଗ, ପ୍ରତିରକ୍ଷା, ଔଷଧ, କୃଷି ଓ ଶିକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories