www.samajalive.in
Thursday, December 11, 2025
26.1 C
Bhubaneswar

ବାଲ୍ୟ ବିବାହ ରୋକିବାରେ ଜିଲା ଶିଶୁ ସୁରକ୍ଷା ବିଭାଗ ବିଫଳ, ୧୭ ବର୍ଷର ନାବାଳିକା ୭ ମାସର ଗର୍ଭବତୀ

ମାଲକାନଗିରି: ମାଲକାନଗିରି ଜିଲାରେ ବାଲ୍ୟ ବିବାହ ରୋକିବାରେ ଜିଲା ଶିଶୁ ସୁରକ୍ଷା ବିଭାଗର ଏକ ସ୍ୱତନ୍ତ୍ର ଦଳ କାର୍ଯ୍ୟ କରୁଥିବାବେଳେ ଏହା ବିଫଳ ହୋଇଥିବା ଦେଖିବାକୁ ମିଳିଛିା ମାଲକାନଗିରି ଜିଲା ସଦର ମହକୁମାରେ ଜଣେ ୧୭ ବର୍ଷର ନାବାଳିକା ୭ ମାସର ଗର୍ଭବତୀ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ, ପଦ୍ମଗିରି ଅଞ୍ଚଳର ଜଣେ ୧୭ ବର୍ଷୀୟ ନାବାଳିକା ଝରାପାଲ୍ଲୀ ଅଂଚଳର ଏକ ବିଦ୍ୟାଳୟରେ ପାଠ ପଢୁଥିଲୋ ତାଙ୍କ ବିଦ୍ୟାଳୟର ପ୍ରମାଣ ପତ୍ର ଅନୁଯାୟୀ ୨୧.୦୯.୨୦୦୭ ହେଉଛି ଜନ୍ମ ତାରିଖ, ସେହି ଅନୁସାରେ ବର୍ତମାନ ନାବାଳିକାଙ୍କ ୧୭ ବର୍ଷ ବୟସ ହୋଇଥିବା ଜଣାପଡ଼ିଛିା

ଏଭଳି ଅବସ୍ଥାରେ ମାଲକାନଗିରି ସଦର ମହକୁମା ପାତ୍ରଗୁଡା ଅଞ୍ଚଳର ରାଜେଶ ରାଉତରାୟଙ୍କ ସହ ତାଙ୍କର ବିବାହ ହୋଇଛିା ବିବାହ ପରେ ବର୍ତମାନ ନାବାଳିକା ଜଣକ ୭ ମାସର ଗର୍ଭବତୀ ହୋଇଥିବା ପାତ୍ରଗୁଡା ଅଙ୍ଗନବାଡି କର୍ମୀ ନମିତା ଦାସ ସୂଚନା ଦେଇଛନ୍ତିା ତାଙ୍କ କହିବା ଅନୁସାରେ ଏହି ବେଆଇନ ବିବାହ ଲୁକ୍କାୟିତ ଭାବେ କରାଯାଇଛିା ଯାହା ସମ୍ପର୍କରେ ଜିଲା ପ୍ରଶାସନ ନିକଟେର କୌଣସି ଖବର ନଥିଲ।। ପରବର୍ତ୍ତୀ ସମୟରେ ସମ୍ପୃକ୍ତ ନାବାଳିକା ଗର୍ଭବତୀ ହେବା ପରେ ସେ ଅଙ୍ଗନବାଡି ରେଜିଷ୍ଟରରେ ନାମ ପଞ୍ଜିକରଣ କରି ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବା ସହ ଜିଲା ଶିଶୁ ସୁରକ୍ଷା ୟୁନିଟକୁ ମଧ୍ୟ ଜଣାଇଥିଲେ। ଏହା ବ୍ୟତୀତ ଏହି ବିବାହ ସମ୍ପର୍କରେ ଜିଲା ଶିଶୁ ସୁରକ୍ଷା ୟୁନିଟକୁ ଏକ କଲ୍ ଯୋଗେ ଅଭିଯୋଗ ମଧ୍ୟ ହୋଇଥିଲା। ଏହାକୁ ଆଧାର କରି ଜିଲା ସଖୀ ଓ୍ବାନ୍‌ଷ୍ଟପ ତରଫରୁ ସମ୍ପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରି ପୁନର୍ବାର ତାଙ୍କ ସ୍ୱାମୀ ରାଜେଶ ରାଉତରାୟଙ୍କ ଘରକୁ ନେଇ ରଖିଥିବା ଅଙ୍ଗନବାଡି କର୍ମୀ ନମିତା ଦାସ ସୂଚନା ଦେଇଛନ୍ତିା ଏ ସମ୍ପର୍କରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସଙ୍କୁ ପଚାରିବାରୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଅଭିଯୋଗ ହୋଇଥିଲା, ତାକୁ ଭିତ୍ତି କରି ସଖୀ ଓ୍ବାନ୍‌ଷ୍ଟପର କର୍ମଚାରୀମାନେ ସମ୍ପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ପରବର୍ତ୍ତୀ ସମୟରେ ସମ୍ପୃକ୍ତ ନାବାଳିକାଙ୍କୁ କିଭଳି ଭାବେ ଥଇଥାନ କରାଯାଇଛି ସେ ସମ୍ପର୍କରେ ଜାଣି ନଥିବା ସେ ପ୍ରକାଶ କରିଛନ୍ତିା

- Advertisement -

ଏଠାରେ ସୂଚନାଯୋଗ୍ୟ ଯେ, ଜିଲା ଶିଶୁ ସୁରକ୍ଷା ୟୁନିଟ୍ ବାଲ୍ୟ ବିବାହ ରୋକିବା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ନେଉଥିବାବେଳେ ଏହି ବେଆଇନ ବିବାହ ସମ୍ପର୍କରେ ଅଭିଯୋଗ ସତ୍ବେ ଜିଲା ଶିଶୁ ସୁରକ୍ଷା ବିଭାଗ ତରଫରୁ କେଉଁ କାରଣରୁ ପଦକ୍ଷେପ ନିଆ ଯାଇନାହିଁ ସେନେଇ ପ୍ରଶ୍ନବାଚୀ ଉଙ୍କି ମାରୁଛି। ନାବାଳିକାଙ୍କୁ ବିବାହ କରିଥିବା ସମ୍ପୃକ୍ତ ଯୁବକ ରାଜେଶ ରାଉତରାୟଙ୍କ ନାମରେ ପୁଲିସରେ ଅଭିଯୋଗ ମଧ୍ୟ କରାଯାଇନାହିାଁ ଏହା ଜିଲା ଶିଶୁ ସୁରକ୍ଷା ୟୁନିଟର କାର୍ଯ୍ୟ ପ୍ରଣାଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ସାଧାରଣରେ ଦାବି ହୋଇଛି।

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories