www.samajalive.in
Wednesday, December 10, 2025
14.1 C
Bhubaneswar

ସ୍ଥାନୀୟ ସମସ୍ୟା ନେଇ ବେଦାନ୍ତ ଅଧିକାରୀଙ୍କୁ ଘେରିଲେ ବଡପଡା ବାସୀ

ଲାଞ୍ଜିଗଡ: କଳାହାଣ୍ଡି ଜିଲା ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ଼ ସ୍ଥାପିତ ହୋଇ ଦୀର୍ଘ ୨୦ ବର୍ଷ ବିତିଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଅଞ୍ଚଳର ଆଖିଦୃଶିଆ ଉନ୍ନତି ହୋଇ ପାରିନାହିଁ। ଏହାକୁ ନେଇ ଅଞ୍ଚଳବାସୀ ଅନେକ ଥର ଦାବି, ଅଭିଯୋଗ ଓ ଆନ୍ଦୋଳନ କଲେ ବି କୌଣସି ସମାଧାନ ବାହାରି ପାରୁନାହିଁ। ଏପରି ଏକ ସମସ୍ୟାକୁ ନେଇ ଆଜି ଲାଞ୍ଜିଗଡ଼ ବଡ଼ପଡା ବାସିନ୍ଦା ବେଦାନ୍ତ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ବଡ଼ପଡ଼ାବାସୀ ଘେରାଉ କରିବା ସହିତ ଏକ ପାଞ୍ଚ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ଅନୁଯାୟୀ, ବଡ଼ପଡାର ଅନେକ ପରିବାର ନିଜର ଭିଟାମାଟି ଓ ଜମି ହରାଇଥିବାବେଳେ କମ୍ପାନୀ ଶାଗମାଛ ଦରରେ ହାତେଇଲା କିନ୍ତୁ ଆଶାନୁରୂପ କ୍ଷତିପୂରଣ କିମ୍ବା ନିଯୁକ୍ତି ଦେଲା ନାହିଁ। ଏପରିକି ପାରିପାର୍ଶ୍ଵିକ ଉନ୍ନୟନ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା  ବେଳେ ଆଜି ପର୍ଯ୍ୟନ୍ତ ବଡ଼ପଡାକୁ ଯାତାୟତ ପାଇଁ ରାସ୍ତା ଖଣ୍ଡିଏ ନାହିଁ।
ସେହିପରି କାମଧନ୍ଦା ଅଭାବରୁ ପଡାର ଯୁବକମାନେ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି। ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଥିବାବେଳେ ବଡ଼ପଡା ନିକଟସ୍ଥ ବଂଶଧାରା ନଦୀରେ ପୋଲ ନିର୍ମାଣ, ଶିବ ମନ୍ଦିରରୁ ବଡ଼ପଡା ଶେଷମୁଣ୍ଡ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା, ଗାର୍ଡୱାଲ ଓ ଡ୍ରେନ ନିର୍ମାଣ, ବଡ଼ପଡା ଶେଷମୁଣ୍ଡରୁ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ, ପଡ଼ାର ଦଶଗୋଟି ମହିଳା ଗୋଷ୍ଠୀ ଓ ଜନସାଧାରଣଙ୍କ ପାଇଁ ଦୁଇଟି କମ୍ୟୁନିଟି ହଲ ନିର୍ମାଣ, କମ୍ପାନୀ ଦ୍ୱାରା ବିସ୍ଥାପିତ ଓ ଅଣବିସ୍ଥାପିତ ବ୍ୟକ୍ତିବିଶେଷଙ୍କୁ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଓ ଠିକା କାର୍ଯ୍ୟରେ ଅଗ୍ରାଧିକାର ଦେବାକୁ ଦାବି କରିଛନ୍ତି ପଡାବାସୀ। ଏହି ଅବସରରେ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ନାୟକ, ସରପଞ୍ଚ ସରସ୍ୱତୀ ମୁଣ୍ଡାଙ୍କ ସମେତ ବଡ଼ପଡା ଡେଭଲପମେଣ୍ଟ କମିଟି ପକ୍ଷରୁ ସଭାପତି ମାଲେଶ ନାଏକ, ସଂପାଦକ ପରମାନନ୍ଦ ନାଏକ, ହରେକୃଷ୍ଣ ତାଣ୍ଡି, ମହାଦେବ ହରିଜନ, ରୋଶନ ନାଏକ, ଥବିର ନାଏକ, ଖିତ ନାଏକ, କିରଣ ହରିଜନଙ୍କ ସହିତ ପଡ଼ାର ଶତାଧିକ ଲୋକେ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories