www.samajalive.in
Sunday, December 14, 2025
16.1 C
Bhubaneswar

ହକି: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ସିରିଜ୍‍ ବିଜୟ

ବାଙ୍ଗାଲୋର : ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ରମାଗତ ୨ୟ ମ୍ୟାଚ୍‍ରେ ବିଜୟୀ ହୋଇଛି ଘରୋଇ ଭାରତୀୟ ପୁରୁଷ ହକି ଦଳ। ଶନିବାର ଏଠାରେ ଖେଳା ଯାଇଥିବା ୩ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜ୍‍ର ୨ୟ ମ୍ୟାଚ୍‍ରେ ନ୍ୟୁଜିଲାଣ୍ଡକୁ ୩-୧ ଗୋଲ୍‍ରେ ଭାରତ ପରାସ୍ତକରି ସିରିଜ୍‍ରେ ୨-୦ରେ ଆଗୁଆ ହୋଇଛି। ଫଳରେ ଭାରତ ଏହି ସିରିଜ୍‍କୁ ଜିତିନେଇଛି। ଗୁରୁବାର ପ୍ରଥମ ମ୍ୟାଚ୍‍ରେ ନ୍ୟୁଜିଲାଣ୍ଡକୁ ୪-୨ ଗୋଲ୍‍ରେ ଭାରତ ପରାସ୍ତ କରିଥିଲା। ଶନିବାର ୨ୟ ମ୍ୟାଚ୍‍ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା। ତେବେ ଭାରତୀୟ ଖେଳାଳି ପାଇଥିବା ସୁଯୋଗର ସଦ୍‍ବ୍ୟହାର କରି ବିଜୟୀ ହୋଇଥିଲେ।
ମ୍ୟାଚ୍‍ ଆରମ୍ଭରୁ ଆୟୋଜକ ଭାରତ ଆକ୍ରମଣାତ୍ମକ ହକି ଖେଳିଥିଲା। ପ୍ରଥମ ମିିନିଟରେ ଭାରତର ଏସ୍‍.ଭି. ସୁନୀଲଙ୍କୁ ଏକ ସୁଯୋଗ ମିଳିଥିଲା। ତେବେ ସୁନୀଲଙ୍କ ସଟ୍‍କୁ ନ୍ୟୁଜିଲାଣ୍ଡ ଗୋଲ୍‍ରକ୍ଷକ ରିଚାର୍ଡ ଜଏସ୍‍ ରୋକି ଦେଇଥିଲେ। ପରେ ଭାରତକୁ ୨ଟି ପେନାଲ୍‍ଟି କର୍ଣ୍ଣର ମିଳିଥିଲେ ହେଁ ଉଭୟ ସୁଯୋଗ ହାତଛଡ଼ା ହୋଇଥିଲା। ୨ୟ କ୍ୱାର୍ଟରରେ ଭାରତ ଅଧିକ ଆକ୍ରମଣ କରିଥିଲା। ଫଳତଃ ୧୮ ମିନିଟରେ ଭାରତକୁ ୩ଟି ପେନାଲ୍‍ଟି କର୍ଣ୍ଣର ମିଳିଥିଲା। ରୁପିନ୍ଦର ପାଲ ସିଂହଙ୍କ ପ୍ରଥମ ୨ଟି ହିଟ୍‍କୁ ନ୍ୟୁଜିଲାଣ୍ଡ ଡିଫେଣ୍ଡର ରୋକି ଦେଇଥିବା ବେଳେ ୩ୟ ପ୍ରୟାସରେ ରୁପିନ୍ଦର ପାଲ ଗୋଲ୍‍ ସ୍କୋର କରି ପାରିଥିଲେ। ପରେ ଭାରତକୁ ଆଉ ଏକ ପେନାଲ୍‍ଟି କର୍ଣ୍ଣର ମିଳିଥିଲେ ହେଁ ଏହା ବେକାର ହୋଇଥିଲା। ୨୪ ମିନିଟରେ ନ୍ୟୁଜିଲାଣ୍ଡର ଷ୍ଟିଫେନ୍‍ ଜେନିସ୍‍ ଏକାଧିକ ଭାରତୀୟ ଡିଫେଣ୍ଡରଙ୍କୁ ଚକ୍‍ମାଦେବା ପରେ ଗୋଲ୍‍ରକ୍ଷକ ପି.ଆର୍‍. ଶ୍ରୀଜେଶଙ୍କୁ ପରାସ୍ତକରି ଖାଲି ଗୋଲ୍‍ପୋଷ୍ଟ ମଧ୍ୟକୁ ବଲ୍‍ ପଠାଇ ଦେଇଥିଲେ। ସ୍କୋର୍‍ ୧-୧ ହେବା ପରେ ଭାରତ ଅଧିକ ଆକ୍ରମଣ କରିଥିଲା। ୨୭ ମିନିଟରେ ଏସ୍‍.ଭି. ସୁନୀଲଙ୍କ ଦର୍ଶନୀୟ ଫିଲ୍‍ଡ ଗୋଲ୍‍ ଜରିଆରେ ଭାରତ ଆଗୁଆ ହୋଇ ଯାଇଥିଲା। ପରେ ନ୍ୟୁଜିଲାଣ୍ଡର ରକ୍ଷାପନ୍ଥୀ ଭଲ ପ୍ରଦର୍ଶନ କରିଥିଲେ ହେଁ ଏହାର ଫରୱାର୍ଡ ଏକାଧିକ ସୁଯୋଗ ଛାଡ଼ିଥିଲେ। ୫୬ ମିନିଟରେ ସୁନୀଲଙ୍କ ପାସ୍‍ରୁ ମନଦୀପ ସିଂହ ଭାରତ ପାଇଁ ୩ୟ ଗୋଲ୍‍ ଦେଇଥିଲେ। ରବିବାର ଉଭୟ ଦଳଙ୍କ ମଧ୍ୟରେ ୩ୟ ତଥା ଅନ୍ତିମ ମ୍ୟାଚ୍‍ ଖେଳାଯିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories