ଖୋଲାନାରେ ୫୦୦ ଫୁଟ୍‌ର ତ୍ରିରଙ୍ଗା ସହ ଅନୁଷ୍ଠିତ ହେଲା ତ୍ରିରଙ୍ଗାଯାତ୍ରା

ଟିଟିଲାଗଡ଼ – ଆଜାଦିର ଅମୃତ ମହୋତ୍ସବ ପାଳନ ଅବସରରେ ଟିଟିଲାଗଡ଼ ବ୍ଳକ ଖୋଲାନ ପଞ୍ଚାୟତରେ ୫୦୦ ଫୁଟ ଲମ୍ବର ତ୍ରିରଙ୍ଗା ପତକା ଯାତ୍ରା ସହ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ନରେଶ ଅଗ୍ରୱାଲଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ଼ ବିଡ଼ିଓ ନବୀନ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବରେ ଯୋଗଦେଇ ଥିଲେ ।

ପଞ୍ଚାୟତ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାପରେ ତ୍ରିରଙ୍ଗା ଶୋଭାଯାତ୍ରା ବାହାରିଥିଲା । ଏଥିରେ ବହୁ ବରିଷ୍ଠ ନାଗରିକଙ୍କ ସହ ଅଞ୍ଚଳବାସୀ ସାମିଲ ହୋଇଥିଲେ । ଖୋଲାନ ଅମୃତ ସରୋବରରେ ଅନୁଷ୍ଠିତ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ତରଣୀସେନ ରାଜୁ ଜାତୀୟ ପତକା ଉତ୍ତୋଳନ କରିଥିଲେ।ଖୋଲନାରେ ଆଗ୍ରହ ଉଦ୍ଦୀପନାର ସହ ୭୬ ତମ ସ୍ୱାଧନୀତା ଦିବସ ତଥା ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଇଛି ।

Comments are closed.