www.samajalive.in
Saturday, December 6, 2025
15.1 C
Bhubaneswar

ରାଞ୍ଚିରେ ୪ର୍ଥ ଟେଷ୍ଟ ଜିତିଲା ଭାରତ: କବଜା କଲା ସିରିଜ

ରାଞ୍ଚି: ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ମ୍ୟାଚରେ ଭାରତର ରୋମାଞ୍ଚକର ବିଜୟ ହୋଇଛି। ଇଂଲଣ୍ଡ ଦଳକୁ ୫ ୱିକେଟରେ ମାତ ଦେଇଛି ଭାରତୀୟ ଦଳ। ପାଂଚ ଟିକିଆ ସିରିଜରେ ଗୋଟିଏ ମ୍ୟାଚ ବାକି ଥାଇ ୩-୧ରେ ଆଗୁଆ ରହିଛି ଭାରତ। ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ସ୍ପିନର ମାନେ କମାଲ କରିଥିଲେ। ୧୯୨ ରନର ଟାର୍ଗେଟ କରି ପଡିଆକୁ ଓହ୍ଲାଇଥିଲେ ରୋହିତବାହିନୀ। ସୋମବାର ଖେଳ ଆରମ୍ଭରୁ ଅଧିନାୟକ ରୋହିତ ଶର୍ମା ଅର୍ଦ୍ଧଶତକ କରି ଆଉଟ ହୋଇଥିଲେ। ଏହାପରେ ନିୟମିତ ବ୍ୟବଧାନରେ ୱିକେଟ ହରାଇବା ପରେ ଶୁବମନ ଗିଲ୍‍, ଧ୍ରୁଜବ ଜୁରେଲ ଦମଦାର ଇନିଂସ ଖେଳିଥିଲେ। ସର୍ତକତା ସହ ବ୍ୟାଟିଂ କରି ଦଳକୁ ବିଜୟ ଆଡକୁ ନେଇଥିଲେ। ଶେଷ ପର୍ଯ୍ୟନ୍ତ ଅପରାଜିତ ଥିବା ଗିଲ୍‍ ଏବଂ ଧ୍ରୁବ ୫୨ ଓ ୩୯ରନ କରିଥିଲେ। ୫ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ପରାଜିତ ହୋଇଥିବା ବେଳେ ପରବର୍ତ୍ତୀ ୩ଟି ମ୍ୟାଚରେ ହ୍ୟାଟ୍ରିକ ବିଜୟ ସହ ରୋହିତ ବାହିନୀ ସିରିଜ ହାତେଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories