ଚାମ୍ପିୟନ୍ସ ଟ୍ରଫିରେ ବାଂଲାଦେଶକୁ ୬ ୱିକେଟରେ ହରାଇଲା ଭାରତ

ଦୁବାଇ : ଚାମ୍ପିୟନ୍ସ ଟ୍ରଫିର ଦ୍ବିତୀୟ ମୁକାବିଲାରେ ଭାରତ ବାଂଲାଦେଶକୁ ୬ ଓ୍ବିକେଟରେ ହରାଇଛି । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୨୨୮ ରନ୍ କରିଥିଲା । ଭାରତ ୪୬.୩ ଓଭରରେ ୪ ଓ୍ବିକେଟ୍ ହରାଇ ଲକ୍ଷ୍ୟକୁ ପୂରଣ କରିଛି । ଭାରତ ପାଇଁ ଶୁଭମନ ଗିଲ୍ ସେଞ୍ଚୁରୀ ଲଗାଇଛନ୍ତି । ଆଇସିସି ଟୁର୍ଣ୍ଣାମେଣ୍ଟରେ ଏହା ତାଙ୍କ ପ୍ରଥମ ଶତକ । ରୋହିତ ଶର୍ମା ୪୧, କେଏଲ୍ ରାହୁଲ ୩୮ ଓ ବିରାଟ କୋହଲି ୨୨ ରନ୍ କରିଛନ୍ତି । ମୋହମ୍ମଦ ଶମି ୫, ହର୍ଷିତ ରାଣା ୩ ଓ ଅକ୍ଷର ପଟେଲ ୨ ଓ୍ବିକେଟ୍ ନେଇଛନ୍ତି ।
Sensational Shubman in prolific form!
Back to Back ODI HUNDREDS for the #TeamIndia vice-captain!
Updates
https://t.co/ggnxmdG0VK#BANvIND | #ChampionsTrophy | @ShubmanGill pic.twitter.com/gUW8yI8zXx
— BCCI (@BCCI) February 20, 2025
Comments are closed.