ମୁମ୍ବାଇରେ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ, ଅଷ୍ଟ୍ରେଲିଆ ୧୮୮ରେ ଅଲ ଆଉଟ
ମୁମ୍ବାଇ : ମୁମ୍ବାଇର ୱଙ୍ଖଡ଼େ ଷ୍ଟାଡିୟମଠାରେ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିୟା ୧୮୮ ରନରେ ଅଲଆଉଟ ହୋଇଯାଇଛି । ଫଳରେ ଏହି ମ୍ୟାଚେର ଅଷ୍ଟ୍ରେଲିଆ ଭାରତ ଆଗରେ ୧୮୯ରନର ବିଜୟ ଲକ୍ଷ୍ୟ ରଖିଛି।
ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ଟ୍ରାଭିସ ହେଡଙ୍କୁ ହରାଇ ଝଟକା ପାଇଥିଲା। ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାବେଳେ ମିଚେଲ ମାର୍ସ ଓ ଷ୍ଟିଭେନ ସ୍ମିଥ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ମାର୍ସ ୮୧ ରନ କରି ରବୀନ୍ଦ୍ର ଜାଦେଜାଙ୍କ ବଲରେ ଆଉଟ ହୋଇଥିବାବେଳେ ସ୍ମିଥ ୨୨ରନ କରିଥିଲେ। ଦଳର ମଧ୍ୟକ୍ରମ ବ୍ୟାଟ୍ସମାନେ ସଂପୂର୍ଣ୍ଣ ବିଫଳ ହୋଇଥିଲେ। କେବଳ ଇଙ୍ଗଲିସ୍ ୨୬ ରନ କରିଥିବାବେଳେ ଲାବୁସଚେନ ୧୫ରନ କରିଥିଲେ । ଗ୍ଲେନ ମାକ୍ସଓ୍ବେଲ ମାତ୍ର ୮ ରନ କରି ଆଉଟ ହୋଇଥିଲେ ।
ଭାରତ ପକ୍ଷରୁ ମହମ୍ମଦ ସମ୍ମି ଓ ମହମ୍ମଦ ସିରାଜ ୩ଟି ଲେଖାଏଁ ୱିକେଟ ନେଇଥିଲେ । ରବୀନ୍ଦ୍ର ଜାଦେଜା ୨ଟି ୱିକେଟ୍ ନେଇଥିବାବେଳେ କୁଳଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ
Comments are closed.