www.samajalive.in
Saturday, December 6, 2025
16.1 C
Bhubaneswar

ଅସ୍ତ୍ରବିରତି ପରେ ଭାରତର ରଣନୀତି

ଭୁବନେଶ୍ଵର:  ଆଧୁନିକ ସମାଜରେ ବ୍ୟକ୍ତିବାଚକ ସର୍ବନାମ ‘ମୁଁ’ ଓ ‘ମୋ’ ଶବ୍ଦରେ ବହୁତ କିଛି ତତ୍ତ୍ୱ ନିହିତ ରହିଛି। ସାଧାରଣତଃ ଲୋକମାନେ କହିଥାନ୍ତି, ମୁଁ ଏ କାମଟି କରିଦେବି। କିଛିଟା ଅହଂକାର ମିଶ୍ରିତ ବକ୍ତବ୍ୟରେ ଏପରି ଥାଏ, ଯଥା “ମୁଁ ଏଠିକାର ରାଜା ବା ମୁଁ ସମ୍ଭବକୁ ଅସମ୍ଭବ କରିଦେବି ଇତ୍ୟାଦି।” ବେଳେ ବେଳେ ‘ମୁଁ’ତ୍ୱ ଅହଂକାରର ରୂପ ନେଇଥାଏ। ମୁଁ ତତ୍ତ୍ୱରେ ଦୁଇଟି ଉପାଦାନ ଅନ୍ତର୍ନିହିତ ରହିଛି। ଗୋଟିଏ ହେଉଛି ଆତ୍ମବିଶ୍ୱାସ ଏବଂ ଅନ୍ୟଟି ଅହଂକାର। ଉଦାହରଣ ସ୍ୱରୂପ, ମୁଁ ଶତ୍ରୁମାନଙ୍କୁ ରାଜ୍ୟରୁ ଘଉଡାଇ ଦେଇପାରିବି। ଏହି ଉକ୍ତିଟି ମଣିଷର ଆତ୍ମବିଶ୍ୱାସକୁ ବୁଝାଇଥାଏ। ଅନ୍ୟପକ୍ଷରେ, ମୁଁ ହିଁ ଏକମାତ୍ର ବ୍ୟକ୍ତି ଯିଏ ଶତ୍ରୁମାନଙ୍କୁ ଘଉଡାଇ ଦେଇପାରିବ। ଏହା ମଣିଷର ଅହଂକାର ପ୍ରଦର୍ଶନକୁ ବୁଝାଏ। ଠିକ୍‌‌ ସେହିପରି ମୋର ଅର୍ଥକୁ ବିଶ୍ଳେଷଣ କରାଯାଇପାରେ। ଏ ମଣିଷ କହିଥାଏ ଏ ଜାଗା ମୋର, ଏ କୋଠାଟି ମୋର, ଏ ବିଜିନେସ ମୋର ଇତ୍ୟାଦି। ପ୍ରକୃତରେ କ’ଣ ମଣିଷ ମୃତ୍ୟୁପରେ ଏସବୁ ସଙ୍ଗରେ ନେଇଯାଏ। ନା, ସଙ୍ଗରେ ନେଇଯାଏ ତା’ର କରିଥିବା କର୍ମଫଳକୁ। ‘ମୋର ତତ୍ତ୍ୱ ଠିକ୍‌‌ ଉପରୋକ୍ତ ଉପାଦାନ ଦୁଇଟି ଯଥା ଆତ୍ମବିଶ୍ୱାସ ଓ ଅହଂକାର ଉପରେ ଆଧାରିତ। ଯଥା – ମୋର ହସ୍ତତିଆରି ଉପକରଣଟି ବିକ୍ରି ହୋଇଯିବ, ଯାହା ଆତ୍ମବିଶ୍ୱାସର ପ୍ରତୀକ। ଅପର ପକ୍ଷରେ ମୋର ହସ୍ତ ତିଆରି ଜିନିଷଟି ହିଁ ବିକ୍ରି ହୋଇଯିବ, ଯାହା ଅହଂକାରର ପ୍ରତୀକ।
ପାଠକେ, ଆମକୁ ଜାଣି ରଖିବାକୁ ହେବ ଯେ ମନସ୍ତାତ୍ତ୍ୱିକ ବିଶ୍ଲେଷଣ ଅନୁସାରେ ଉପରୋକ୍ତ ସର୍ବନାମ ଯଥା ମୁଁ, ମୋର, ଆମେ ଓ ଆମର, ଦୁଇଟି ଦିଗ ଦ୍ୱାରା ପରିଚାଳିତ। ସେହି ଦୁଇଟି ଦିଗ ହେଉଛି ସକାରାତ୍ମକ ଦିଗ ଏବଂ ନକାରାତ୍ମକ ଦିଗ। ମଣିଷ ଠିକ୍‌‌ ଦିଗରେ କାମ କରୁଥିଲେ, ତାର ମନୋଭାବ ସକାରାତ୍ମକ ହେବାକୁ ଲାଗିବ। ସେହିପରି ମଣିଷ ଠିକ୍‌‌ ଦିଗରେ ଓ ପ୍ରଣାଳୀରେ କାମ କରୁନଥିଲେ, ତା’ର ମନର ଭାବନା ନକାରାତ୍ମକ ହେବାକୁ ଲାଗିବ। ଆସନ୍ତୁ ପ୍ରଥମେ ‘ମୁଁ ଓ ମୋର’ ର ତତ୍ତ୍ୱକୁ ବିଚାରର ପରିସର ଭୁକ୍ତ କରିବା।
‘ମୁଁ’ତ୍ୱ କିଛି କ୍ଷେତ୍ରରେ ସକାରାତ୍ମକ ହେଲାବେଳକୁ ଆଉ କିଛି କ୍ଷେତ୍ରରେ ନକାରାତ୍ମକ ଭାବର ପରିପ୍ରକାଶ କରିଥାଏ। ଉକ୍ତିଟିକୁ ନେଇ କିଛି ଛୋଟ ଉଦାହରଣ ଉପସ୍ଥାପନ କରିବା। ଯୁବକଟିଏ କହୁଛି ମୁଁ ନିଶ୍ଚୟ ଭାରତୀୟ ସେନାରେ ଯୋଗଦେବି ଏବଂ ଦେଶ ପାଇଁ ପ୍ରାଣପଣେ ଲଢ଼ିବି। ଏଠାରେ ‘ମୁଁ’ ର ଅର୍ଥ ଯୁବକଟିର ସକାରାତ୍ମକ ମନୋଭାବକୁ ଓ ଇଚ୍ଛାଶକ୍ତିକୁ ପ୍ରତିପାଦିତ କରୁଛି। ଠିକ୍‌‌ ସେହିପରି ବିପରୀତକ୍ରମେ ଆଉ ଏକ ଦୃଷ୍ଟାନ୍ତ ହେଲା; ମୋ ପାଖକୁ ସେ ଲୋକଟି ଆସିଲେ, ‘ମୁଁ ତାକୁ ଜୀବନରୁ ମାରିଦେବି।’ ଏପରି ପରିପ୍ରକାଶ ମଣିଷର ନକାରାତ୍ମକ ଚିନ୍ତାଧାରାକୁ ସାମନାକୁ ଆଣିଥାଏ। ଏହା ହେଲା ମୁଁ ତତ୍ତ୍ୱର ନକାରାତ୍ମକ ଦିଗ।
‘ମୁଁ’ତ୍ୱ ପରେ ‘ମୋର’ ତତ୍ତ୍ୱର ବିଶ୍ଲେଷଣକୁ ଯିବା। ନୂତନ ଗାଡ଼ି ତଥା ମୋଟର କାର ଯେତେବେଳେ ଜଣକ ଘରକୁ ଆସେ, ସେତେବେଳେ ଲୋକଟିର ଆନନ୍ଦ କହିଲେ ନ ସରେ। “ଏଇଟା ମୋର ଗାଡ଼ି, ମୋ ଗାଡ଼ିରେ ଯିଏ ହାତ ଦେବ ତା ହାତ କାଟି ନଷ୍ଟ କରିଦେବି।’’
ଏ ପ୍ରକାର ଭାବନା ମନକୁ ନକାରାତ୍ମକ ଦିଗକୁ ଟାଣିନିଏ। ଏଥର ଆସନ୍ତୁ ‘ଆମେ’ ଓ ‘ଆମର’ ଦର୍ଶନ ତତ୍ତ୍ୱକୁ ଅନୁଶୀଳନ କରିବା। ଭଲ ଅର୍ଥରେ ‘ଆମେ’ ଓ ‘ଆମର’ ବିଶେଷତ୍ୱ ହେଲା ମିଳିମିଶି ସଂଗଠିତ ହୋଇ ସତ୍‌କର୍ମରେ ଆଗେଇ ଚାଲିବା। ଯେତେ ବାଧା ଆସୁ ପଛେ ଆମେ ଓ ଆମର ଆଦର୍ଶକୁ ଭୁଲିଯିବାନି ଏବଂ ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ସଂଘର୍ଷ କରି ଚାଲିବା। ଏହା ହେଉଛି ‘ଆମେ’ ଓ ‘ଆମର’ ତତ୍ତ୍ୱର ମୂଳମନ୍ତ୍ର। ‘ଆମେ’, ‘ଆମର’ ତତ୍ତ୍ୱରୁ ସଂଘର ଉତ୍ପତ୍ତି ଏବଂ ସଂଘବଦ୍ଧ ହୋଇ କାର୍ଯ୍ୟ କରିବାର ପ୍ରୟାସ ଓ ପ୍ରେରଣା। ବେଳେବେଳେ ବିଭିନ୍ନ ପ୍ରକାର ନକାରାତ୍ମକ ଲୋକ ଚରିତ୍ରକୁ ନେଇ ଆମେ ଓ ଆମର ଭାବନାରେ ଯଥା ସଂଘ ମଧ୍ୟରେ ଫାଟ ସୃଷ୍ଟି ହୋଇଯାଏ; ଯାହା ମାନବ ସମାଜ ପାଇଁ ଅତ୍ୟନ୍ତ କ୍ଷତିକାରକ। ସଂଘ କିଛି କ୍ଷେତ୍ରରେ ଗୋଷ୍ଠୀବାଦର ଶିକାର ହୋଇଥାଏ। ଫଳରେ ଏହା ଠିକ୍‌‌ ଭାବରେ ପରିଚାଳିତ ହୋଇପାରେନା ଏବଂ ତତ୍‌‌ ସଙ୍ଗେସଙ୍ଗେ ପ୍ରତ୍ୟେକ ସାମାଜିକ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ। ଆସନ୍ତୁ ସମସ୍ତେ ‘ମୁଁ’ ଓ ‘ମୋର’ ଆଦର୍ଶରେ ଅନୁପ୍ରାଣିତ ନ ହୋଇ ‘ଆମେ’ ଓ ‘ଆମର’ ସଂସ୍କୃତିକୁ ଆପଣେଇବାର ପ୍ରୟାସ ଜାରି ରଖିବା ଏବଂ ସାମାଜିକ ବିକାଶରେ ନିଜକୁ ନିୟୋଜିତ କରିବା।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories