ଭାରତ-ମାଲେସିଆ ସଂପର୍କ ବୃଦ୍ଧି ଦିଗରେ ଫଳପ୍ରଦ ଆଲୋଚନା

0

କୁଆଲାଲମ୍ପୁର : ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସକାଳେ କ୍ୱାଲାଲମ୍ପୁରରେ ପହଞ୍ଚିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମାଲେସିଆର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ମହାଥିର୍‍ ମହମ୍ମଦଙ୍କୁ ସାକ୍ଷାତ କରିଥିଲେ। ଦୁଇନେତା ଅର୍ଥନୈତିକ ଓ ସାଂସ୍କୃତିକ ସଂପର୍କ ବୃଦ୍ଧି ଦିଗରେ ବିଭିନ୍ନ ଉପାୟ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ମାଲେସିଆର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବାରୁ ଡକ୍ଟର ମହାଥିର୍‍ଙ୍କୁ ଶ୍ରୀ ମୋଦୀ ଅଭିନନ୍ଦନ ଜଣାଇଛନ୍ତି।୯୨ ବର୍ଷ ବୟସ୍କ ଶ୍ରୀ ମହାଥିର୍‍ ଗତ ୧୦ ତାରିଖରେ ମାଲେସିଆର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ମାଲେସିଆ ଭାରତର ଏକ ସହଯୋଗୀ ରାଷ୍ଟ୍ର ଓ ଭାରତର ଆକ୍ଟ-ଇଷ୍ଟ୍‍ ନୀତିର ଏକ ପ୍ରମୁଖ ଭାଗିଦାର। ଏକ ଟ୍ୱିଟ୍‍ କରି ଶ୍ରୀ ମୋଦୀ ତାଙ୍କୁ ଦିଆଯାଇଥିବା ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଡକ୍ଟର ମହାଥିର୍‍ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତ-ମାଲେସିଆ ସଂପର୍କ ବୃଦ୍ଧି ଦିଗରେ ସେମାନଙ୍କ ମଧ୍ୟରେ ଫଳପ୍ରଦ ଆଲୋଚନା ହୋଇଛି ବୋଲି କହିଛନ୍ତି।
କୁଆଲାଲମ୍ପୁରରେ ତାଙ୍କର ସ୍ୱଳ୍ପକାଳୀନ ରହଣି ସମୟରେ ଶ୍ରୀ ମୋଦି ସେଠାକାର ଉପପ୍ରଧାନମନ୍ତ୍ରୀ ଡକ୍ଟର ୱାନ୍‍ ଅଜିଜା ଇସ୍‍ମାଇଲ୍‍ ଓ ତାଙ୍କର ପତି ଅନୱାର ଇବ୍ରାହିମ୍‍ଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି।

Leave A Reply