www.samajalive.in
Monday, December 15, 2025
15.1 C
Bhubaneswar

ବିଜୟ ଲକ୍ଷ୍ୟ ୨୯୦ ରନ୍ , ଭାରତ ୧୭/୨

ଲର୍ଡସ : ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟ ମ୍ୟାଚ୍ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଘରୋଇ ଇଂଲଣ୍ଡ  ମ୍ୟାଚକୁ ନିଜ ନିୟନ୍ତ୍ରଣକୁ ନେଇପାରିଛି । କ୍ରିସ୍‍ ୱକ୍‍ସଙ୍କ ଶତକ ବଳରେ ମଜବୁତ ସ୍ଥିତିରେ ଥିବା ଇଂଲଣ୍ଡ ୩୯୬ରନରେ ପ୍ରଥମ ପାଳି ଘୋଷଣା କରିଛି। ତୃତୀୟ ଦିନର ଅସମାପ୍ତ ଖେଳ ୬ ୱିକେଟ ହରାଇ ୩୫୭ ରନ୍‍ ରୁ ଖେଳ ଆରମ୍ଭ କରି ରବିବାର ଆଉ ଗୋଟିଏ ୱିକେଟ ହରାଇ ୩୯୬ରନରେ ଇଂଲଣ୍ଡ ପ୍ରଥମ ଇନିଂସ ଘୋଷଣା କରିଥିଲା।

ତେବେ ଦ୍ବିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଛି। ମଧ୍ୟାହ୍ନ ବିରତି ସୁଦ୍ଧା ଭାରତ ୧୭ ରନରେ ୨ୱିକେଟ ହରାଇଛି। ମୁରଲୀ ବିଜୟ କୌଣସି ରନ ନକରି ଏବଂ କେଏଲ ରାହୁଲ ୧୦ ରନ କରି ଆଉଟ ହୋଇଛନ୍ତି।​‌ ତେବେ ବର୍ଷା ଲାଗିରହିବାରୁ ମଧ୍ୟାହ୍ନ ବିରତି ପରେ ଖେଳ ଆରମ୍ଭରେ ବିଳମ୍ବ ହୋଇଛି।

- Advertisement -

ଜନି ବେୟାରଷ୍ଟୋ ଓ କ୍ରିସ୍‍ ୱକ୍‍ସଙ୍କ ଲଢ଼ୁଆ ଭାଗିଦାରୀ ଯୋଗୁଁ ଇଂଲଣ୍ଡ ପ୍ରଥମ ଇନିଂସରେ ବଡ଼ ଲିଡ୍‍ ନେଇପାରିଛି। ୱକ୍‍ସ ଶତକ ହାସଲ କରିଥିବା ବେଳେ ବେୟାରଷ୍ଟୋ ମାତ୍ର ୭ ରନ୍‍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ । ୩ୟ ଦିନର ଖେଳ ସମାପ୍ତି ବେଳକୁ ଘରୋଇ ଇଂଲଣ୍ଡ ପ୍ରଥମ ଇନିଂସରେ ୬ ୱିକେଟ ହରାଇ ୩୫୭ ରନ୍‍ କରିଥିଲା।  ତେବେ ୪ର୍ଥ ଦିନର ଖେଳ ଆରମ୍ଭ କରି ଆଉ ଗୋଟିଏ ୱିକେଟ ହରାଇବା ସହିତ ୩୯ ରନ ଯୋଡିବା ପରେ ପାଳି ଘୋଷଣା କରିଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories