www.samajalive.in
Wednesday, December 10, 2025
16.1 C
Bhubaneswar

ହୋଟେଲ୍‌ରେ ଭାରତୀୟ କ୍ରିକେଟରଙ୍କ ବନ୍ଦୀ ଜୀବନ

ବ୍ରିସବେନ୍‌: ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ୪ର୍ଥ ଟେଷ୍ଟମ୍ୟାଚ୍‌ ୧୫ରୁ ବ୍ରିସବେନ୍‌ରେ ଖେଳାଯିବ। ସିଡନୀ ଟେଷ୍ଟ ଡ୍ର ରହିବା ପରେ ଭାରତୀୟ ଦଳର କ୍ରିକେଟର୍‌ ମଙ୍ଗଳବାର ବ୍ରିସବେନ୍‌ରେ ପହଞ୍ଚିଥିଲେ। ଷ୍ଟାଡ଼ିୟମଠାରୁ ୪ କିମି ଦୂରରେ ଥିବା ପଞ୍ଚତାରକା ହୋଟେଲ୍‌ ସୋଫିଟେଲ୍‌ରେ ଭାରତୀୟ କ୍ରିକେଟର୍‌ ଓ ସପୋର୍ଟ ଷ୍ଟାଫ୍‌ଙ୍କ ରହିବା ନିମନ୍ତେ ବନ୍ଦୋବସ୍ତ ହୋଇଛି। ହୋଟେଲ୍‌ରେ ରହିଥିବା ଭାରତୀୟ କ୍ରିକେଟର୍‌ ବନ୍ଦୀଙ୍କ ପରି ଜୀବନ ବିତାଉଥିବା ଜଣାପଡ଼ିଛି।

ବ୍ରିସବେନ୍‌ରେ କରୋନା ସଂକ୍ରମଣ ପୁନର୍ବାର ଦେଖା ଦେଇଥିବାରୁ ସେଠାକାର ସରକାର ଏଠାକୁ ଆସୁଥିବା ବ୍ୟକ୍ତିଙ୍କ ନିମନ୍ତେ କଠୋର ସଙ୍ଗରୋଧ ନିୟମ ବାଧ୍ୟତାମୂଳକ କରିଛନ୍ତି। ଭାରତୀୟ କ୍ରିକେଟର୍ ବ୍ରିସବେନ୍‌ରେ କଠୋର ସଙ୍ଗରୋଧରେ ରହିବାକୁ ଅରାଜି ପ୍ରକାଶ କରିଥିଲେ। ପରବର୍ତ୍ତୀ ସମୟରେ ବିସିସିଆଇ, କ୍ରିକେଟ୍‌ ଅଷ୍ଟ୍ରେଲିଆ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ଭାରତୀୟ ଦଳ ବ୍ରିସବେନ୍‌ ଯାଇଥିଲା। ବ୍ରିସବେନ୍‌ରେ ଭାରତୀୟ ଦଳକୁ ସଙ୍ଗରୋଧ ନେଇ କିଛିଟା କୋହଳ ମିଳିବ ବୋଲି ଆଶା କରା ଯାଉଥିବା ବେଳେ ଏହାର ଓଲଟା ପରିସ୍ଥିତି ସୃଷ୍ଟି ହୋଇଛି। ମିଳିଥିବା ସୂଚନାନୁଯାୟୀ ବ୍ରିସବେନ୍‌ର ହୋଟେଲ୍‌ରେ ପହଞ୍ଚିବା ପରେ ରୁମ୍‌ ବାହାରକୁ ଯିବାକୁ କାହାକୁ ସୁଯୋଗ ଦିଆଯାଉ ନାହିଁ। ଭାରତୀୟ ଖେଳାଳିଙ୍କ ପାଇଁ ରୁମ୍‌ ସର୍ଭିସ ବନ୍ଦ କରି ଦିଆଯାଇଛି। ଫଳରେ ସମେସ୍ତ ନିଜ ଶେଯ ନିଜେ ସଜାଡିବା ସହ ନିଜ ଶୌଚାଳୟ ନିଜେ ସଫା କରୁଛନ୍ତି। ନିକଟରେ ଥିବା ଏକ ଭାରତୀୟ ହୋଟେଲ୍‌ରୁ ଖାଦ୍ୟ ଆସୁଛି; ଯାହାକୁ କ୍ରିକେଟର୍‌ ଓ ସପୋର୍ଟ ଷ୍ଟାଫ୍‌ମାନେ ନିଜ ରୁମ୍‌ ଭିତରେ ଖାଉଛନ୍ତି। ହୋଟେଲ୍‌ରେ ଅନ୍ୟ କେହି ନ ଥିବା ବେଳେ ସୁଇମିଂ ପୁଲ୍‌ ଓ ଜିମ୍‌ ବ୍ୟବହାର କରିବାକୁ ଭାରତୀୟଙ୍କୁ ସୁଯୋଗ ମିଳୁନାହିଁ। ଏ ସଂପର୍କରେ ଜାଣିବା ପରେ ବିସିସିଆଇ ତରଫରୁ ହସ୍ତକ୍ଷେପ କରାଯିବା ସହ କ୍ରିକେଟ୍‌ ଅଷ୍ଟ୍ରେଲିଆ ପଦାଧିକାରୀଙ୍କୁ ଯୋଗାଯୋଗ କରା ଯାଇଥିଲା। ଖୁବ୍‌ ଶୀଘ୍ର ଭାରତୀୟ କ୍ରିକେଟର୍‌ଙ୍କୁ ହୋଟେଲ୍‌ରେ ଆବଶ୍ୟକ ସୁବିଧା ଯୋଗାଇ ଦିଆଯିବ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ତରଫରୁ ପ୍ରତିଶ୍ରୁତି ଦିଆଯାଇଛି। ଭାରତୀୟ ଦଳର ସଦସ୍ୟ ଜିମ୍‌ ବ୍ୟବହାର କରିବା ସହ ସେମାନଙ୍କ ରୁମ୍‌ର ଦେଖାଶୁଣା କରିବାକୁ କର୍ମଚାରୀ ଯୋଗାଇ ଦିଆଯିବ, ତେବେ ସୁଇମିଂ ପୁଲ୍‌ ବ୍ୟବହାର କରିବାକୁ ଅନୁମତି ମିଳିବ ନାହିଁ ବୋଲି ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି। ଅଷ୍ଟ୍ରେଲିଆରେ ପହଞ୍ଚିବା ପରଠାରୁ ବାରମ୍ବାର କୋଭିଡ୍‌ ପରୀକ୍ଷାକୁ ନେଇ ଭାରତୀୟ ଦଳର ସଦସ୍ୟ ଅସନ୍ତୋଷବ୍ୟକ୍ତ କରିଛନ୍ତି।

Hot this week

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

Related Articles

Popular Categories