www.samajalive.in
Saturday, December 6, 2025
15.1 C
Bhubaneswar

ପାନିପଥ ରିଫାଇନାରୀର ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‍ ହସ୍ପିଟାଲ୍‍କୁ ମାଗଣାରେ ଅକ୍ସିଜେନ୍‍ ଯୋଗାଇବ ଇଣ୍ଡିଆନ ଅଏଲ : ଧର୍ମେନ୍ଦ୍ର ପ୍ରଧାନ

-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ ଅନିଲ ବିଜ୍‍ଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ କରକମଳରେ ହସ୍ପିଟାଲ୍‍ର ଲୋକାର୍ପଣ
-ହସ୍ପିଟାଲରେ ବ୍ୟବସ୍ଥିତ ପ୍ରତ୍ୟେକ ଶଯ୍ୟାକୁ ପାନିପଥ ରିଫାଇନାରୀରୁ ୧୫ ମେଟ୍ରିକ୍‍ ଟନ୍‍ ଅକ୍ସିଜେନ୍‍ ଯୋଗାଯିବ
-ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ଚ୍ୟାଲେଞ୍ଜରେ ଯଥାସମ୍ଭବ ପଦକ୍ଷେପ ନେଉଛନ୍ତି ଭାରତ ସରକାର

ହରିୟାଣା/ନୂଆଦିଲ୍ଲୀ : କୋଭିଡ-୧୯ର ଦ୍ୱିତୀୟ ଲହରର ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ହରିୟାଣାବାସୀଙ୍କୁ ସଠିକ୍‍ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପାନିପଥ ଠାରେ ଇଣ୍ଡିଆନ ଅଏଲର ବିଶୋଧନାଗାର ପକ୍ଷରୁ ଲୋକାର୍ପିତ ହୋଇଯାଇଥିବା ୫୦୦ ଶଯ୍ୟା ବିଶିଷ୍ଟ ବୃହତ କୋଭିଡ୍‍ ଯତ୍ନ କେନ୍ଦ୍ର ତଥା ଗୁରୁ ତେଜ୍‍ ବାହାଦୁର ସଞ୍ଜିବନୀ ହସ୍ପିଟାଲ୍‍କୁ ଇଣ୍ଡିଆନ ଅଏଲ ମାଗଣାରେ ଦୈନିକ ୧୫
ମେଟ୍ରିକ୍‍ ଟନ ତରଳ ଅକ୍ସିଜେନ୍‍ ଯୋଗାଇବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ ଅନିଲ ବିଜ୍‍ଙ୍କ ଉପସ୍ଥିତିରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଇଣ୍ଡିଆନ ଅଏଲର ଏହି ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‍ ହସ୍ପିଟାଲ ସହ ତେଜ୍‍ ବାହାଦୁର ସଞ୍ଜିବନୀ ହସ୍ପିଟାଲର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସଞ୍ଜିବନୀ ହସ୍ପିଟାଲରେ ବ୍ୟବସ୍ଥିତ ପ୍ରତ୍ୟେକ ଶଯ୍ୟାକୁ ଅକ୍ସିଜେନ୍‍ ଯୋଗାଯିବାର ବ୍ୟବସ୍ଥା କରାଯାଇଛି। ଇଣ୍ଡିଆନ ଅଏଲ ମାଗଣାରେ ଏହି ହସ୍ପିଟାଲକୁ ୧୫ ମେଟ୍ରିକ୍‍ ଟନ ତରଳ ଅକ୍ସିଜେନ୍‍ ଯୋଗାଇବ। ପାନିପଥ ରିଫାଇନାରୀର ଏମଇଜି ପ୍ଲାଂଟ ସହ ସଂଯୋଗ ହୋଇଥିବା ଏକ ଷ୍ଟିଲ୍‍ ପାଇପଲାଇନ ସାହଯ୍ୟରେ ତରଳ ଅକ୍ସିଜେନ୍‍ ଯୋଗାଯିବ। ଏହି ସୁବିଧା ହରିୟାଣାର ପାନିପଥ, ସୋନିପଥ, କର୍ଣ୍ଣଲ ଏବଂ ଅନ୍ୟାନ୍ୟ ଅଞ୍ଚଳରେ କୋଭିଡ୍‍ ରୋଗୀଙ୍କୁ ଜରୁରୀକାଳୀନ ସେବା ଯୋଗାଇବାରେ ସହାୟକ ହେବ। ସେହିପରି ପାନିପଥରର କୋଭିଡ୍‍ ଯତ୍ନ କେନ୍ଦ୍ରରେ ନିୟୋଜିତ ଡ଼ାକ୍ତର ମାନଙ୍କ ପାଇଁ ମଧ୍ୟ ନିକଟବର୍ତି ହୋଟେଲରେ ଇଣ୍ଡିଆନ ଅଏଲ ପକ୍ଷରୁ ଆଗାମୀ ୬ ମାସ ପାଇଁ ୫୦ଟି ରୁମର ବ୍ୟବସ୍ଥା କରାଯାଇଛି। କୋଭିଡ୍‍-୧୯ ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଅନେକ ପଦକ୍ଷେପ ନେଇଥିବାରୁ କେନ୍ଦ୍ରମନ୍ତ୍ରୀ ହରିୟାଣାର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ଇଣ୍ଡିଆନ ଅଏଲକୁ କୃତଜ୍ଞତା ଜଣାଇଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ସ୍ୱାସ୍ଥ୍ୟ ଚ୍ୟାଲେଞ୍ଜକୁ ସମ୍ମୁଖୀନ କରିବା ପାଇଁ ଯଥାସମ୍ଭବ ପଦକ୍ଷେପ ନେଉଛନ୍ତି। ବର୍ତମାନ ସମୟରେ ବିଦେଶରୁ ଭାରତ ସରକାରଙ୍କ ଦ୍ୱାରା ୧୩ ହଜାର ମେଟ୍ରିକ୍‍ ଟନ୍‍ ଅକ୍ସିଜେନ୍‍ ଆମଦାନୀ କରାଯାଉଛି। ଉପସାଗରୀୟ ଦେଶସମୂହ ତଥା ଆବୁଧାବି, କୁଏତ, କତାର, ବାହରିନ, ସାଉଦିଆରବ, ଓମାନରୁ ଦେଶକୁ ଲିକୁଇଡ଼ ମେଡ଼ିକାଲ ଅକ୍ସିଜେନ୍‍ ଆସୁଛି। କେବଳ ଅକ୍ସିଜେନ୍‍, ଭେଂଟିଲେଟର, ବେଡ୍‍ ତଥା ମେଡିକାଲ ଭିତିଭୂମି ନୁହେଁ ବରଂ ମେଡିସିନ ଏବଂ ଟିକା ଉତ୍ପାଦନ ଓ ଯୋଗାଣକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories