ନିଉଜ ଆଲର୍ଟବଡ଼ ଖବର Less than 1 min.Read ସନ୍ଧ୍ୟା ୭ଟାର ମୁଖ୍ୟ ଖବର By samajalive 16 May, 2021 7:05 PM FacebookTwitterPinterestWhatsAppLinkedinReddIt – ହରିୟାଣାରେ ପାନିପଥ ରିଫାଇନାରୀ ପକ୍ଷରୁ ୫୦୦ ଶଯ୍ୟା ବିଶିଷ୍ଟ ବୃହତ କୋଭିଡ୍ ହସ୍ପିଟାଲର ଲୋକାର୍ପଣ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ ଅନିଲ ବିଜ୍ଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ କରକମଳରେ ହସ୍ପିଟାଲ୍ର ଲୋକାର୍ପଣ –ଦେଶର ଗ୍ରାମାଞ୍ଚଳରେ କୋଭିଡ ପରିଚାଳନା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂତନ ମାର୍ଗଦର୍ଶିକା ଜାରି –ସମସ୍ତ ନଗର, ଉପନଗର, ଗ୍ରାମାଞ୍ଚଳ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ କ୍ରମଶଃ ସଂକ୍ରମଣ ଦୃଷ୍ଟିରୁ ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ ସ୍ତରରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସୁଦୃଢ଼ କରାଇବା ଉପରେ ଗୁରୁତ୍ୱ ଦିଆଯାଇଛି – ଦେଶରେ କରେନା ଟିକାକରଣ : ଟିକା ନେଲେଣି ୧୮କୋଟି ୨୨ଲକ୍ଷ ୨୦ ହଜାର ୧୬୪ –କରେନା ଟିକାକରଣ ; ୬୦ ବର୍ଷରୁ ଅଧିକ: ୩୯.୮%, ୪୫-୬୦ ବର୍ଷ: ୪୫.୪%, ୩୦-୪୫ ବର୍ଷ: ୯.୫%, ୧୮-୩୦ ବର୍ଷ: ୫.୩% ଟିକା ନେଲେଣି –ଏପର୍ଯ୍ୟନ୍ତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୨୦କୋଟିରୁ ଊର୍ଦ୍ଧ୍ବ କୋଭିଡ୍ ଟିକା ଦିଆଯାଇ ସାରିଲାଣି – ଜୁଲାଇ ସୁଦ୍ଧା ଭାରତରେ ୫୧.୬ କୋଟି ଟିକା ଉପଲବ୍ଧ ହେବ: ହର୍ଷବର୍ଦ୍ଧନ –ଭାରତରେ ପହଞ୍ଚିଲା ୨ୟ ପର୍ଯ୍ୟାୟ ସ୍ପୁଟନିକ–ଭି ଟିକା, ଆସନ୍ତା ସପ୍ତାହରୁ ବଜାରରେ ହେବ ଉପଲବ୍ଧ – ଗୋଆ ଚିକିତ୍ସା ମହାବିଦ୍ୟାଳୟରେ ଅମ୍ଳଜାନ ଅଭାବରୁ ଆଉ ୮ ରୋଗୀ ମୃତ, ୫ ଦିନରେ ଗଲାଣି ୮୩ ଜୀବନ –ଦିଲ୍ଲୀରେ ଆଉ ଏକ ସପ୍ତାହ ତାଲାବନ୍ଦ ଅବଧି ବଢ଼ିଲା – ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୧୧ ହଜାର ୧୭୦ କରୋନା ସଂକ୍ରମିତ ଚିହ୍ନଟ ଓ ୪୦୭୭ ମୃତ – କରୋନାରେ କଂଗ୍ରେସ ସାଂସଦ ରାଜୀବ ସାତଭଙ୍କ ଦେହାନ୍ତ – ଭାରତର କୋଭିଡ ସ୍ଥିତି ବିଶ୍ୱର ଅନ୍ୟ ସବୁରାଷ୍ଟ୍ର ଠାରୁ ଭଲ ରହିଛି: ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ – ପଶ୍ଚିମବଙ୍ଗରେ ଆଜିଠାରୁ ତାଲାବନ୍ଦ, ମଇ ୩୦ ପର୍ଯ୍ୟନ୍ତ ରହିବ କଟକଣା –୨ୟ ତରଙ୍ଗରେ ଫଳପ୍ରଦ ହେଉନି ପ୍ଲାଜମା ଥେରାପି, ଚିକିତ୍ସା ପରିଚାଳନା ନିର୍ଦେଶାବଳୀରୁ ହଟାଯିବାକୁ ନିଷ୍ପତ୍ତି – ସ୍ଥଳଭାଗ ଛୁଇଁବା ପୂର୍ବରୁ ‘ତୌକ୍ତେ’ର ତାଣ୍ଡବ; କର୍ଣ୍ଣାଟକରେ ୪ ମୃତ, ବୈଠକ ଡକାଇଲେ ଶାହ – ଅତି ଭୟଙ୍କର ସାମୁଦ୍ରିକ ଝଡ ରୂପନେଲା ତଉକତେ: ୧୮ରେ ଗୁଜରାଟ ଉପକୂଳ ଅତିକ୍ରମ କରିବ – ଉଲଫା (ଆଇ)ର ଅସ୍ତ୍ରବିରତି ଘୋଷଣା – କୋଭିଡ୍ ସଂକ୍ରମଣ ହ୍ରାସ ପାଇଁ ଗଞ୍ଜାମ ଜିଲାବାସୀଙ୍କୁ ଜିଲାପାଳଙ୍କ ନିବେଦନ, ବିବାହ ଉତ୍ସବକୁ ଯିବା ପୂର୍ବରୁ ଆଣ୍ଟିଜେନ୍ ପରୀକ୍ଷା କରିବା ବାଧ୍ୟତାମୂଳକ – ବର ଓ କନ୍ୟା ସହ ୫୦ ଅତିଥିଙ୍କୁ କୋଭିଡ୍ ଟେଷ୍ଟ କରିବାକୁ ଅନୁରୋଧ –ବିଏମସି ପକ୍ଷରୁ ନୂଆ ବ୍ୟବସ୍ଥା : ୧୯୨୯ ନମ୍ବରକୁ ଫୋନ୍ କଲେ ଘରକୁ ଯାଇ କୋଭିଡ ଟେଷ୍ଟ କରାଯିବ –ଟିକାଦାନ କେନ୍ଦ୍ରକୁ ଯାଇପାରୁ ନଥିବା ବରିଷ୍ଠ ନାଗରିକଙ୍କୁ ବି ବିଏମସି ଘରୁ ଟିକାକରଣ କେନ୍ଦ୍ରକୁ ନେଇ ଟିକାକରଣ କରିବା ପରେ ପୁନର୍ବାର ଘରେ ଛାଡ଼ିବ –ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ୧୩୫୩ କୋରୋନା ପଜିଟିଭ୍, ସଙ୍ଗରୋଧରୁ ୨୧୮ ଓ ସ୍ଥାନୀୟ ଅଞ୍ଚଳରୁ ୧୧୩୫ ଚିହ୍ନଟ,୯୩୮ ସୁସ୍ଥ, –ଭୁବନେଶ୍ବରରେ କୋରୋନା ପଜିଟିଭ୍ ସଂଖ୍ୟା ୬୧ ହଜାର ୬୩୪କୁ ବୃଦ୍ଧି – ରାଜ୍ୟର ୧୭ ଜିଲାରେ ବର୍ଷା ସମ୍ଭାବନା, ପାଣିପାଗ କେନ୍ଦ୍ରର ପୂର୍ବାନୁମାନ –ରାଜ୍ୟରେ ଫିଲ୍ମ ଓ ସିରିଏଲ ସୁଟିଂ ଉପରେ କଟକଣା ଲଗାଇଲେ ସରକାର, ସମସ୍ତ ପ୍ରକାର ଇନଡୋର ଓ ଆଉଟଡୋର ସୁଟିଂ ଉପରେ ପ୍ରତିବନ୍ଧକ – ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୧୯ ଆକ୍ରାନ୍ତ -ରାଜ୍ୟରେ ଦିନକରେ ୧୧୭୩୨ ନୂଆ କରୋନା ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୭୧୦ – ଘରୋଇ କମ୍ପାନୀ କର୍ମଚାରୀଙ୍କ ପାଇଁ ପୁଲିସର ଇ-ଅନୁମତି ବ୍ୟବସ୍ଥା – ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚିନ୍ତା, ଗଠନ ହେଲା ବିଶେଷଜ୍ଞ କମିଟି TagsNews headlines@ 7 Pmodai news Hot this week ଆମ ଓଡ଼ିଶା ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ December 5, 2025 0 କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ... ଦେଶ-ବିଦେଶ ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ December 5, 2025 0 ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।... ଦେଶ-ବିଦେଶ ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ December 5, 2025 0 ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର... କନ୍ଧମାଳ ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ December 5, 2025 0 ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ... ଆମ ଓଡ଼ିଶା ବାରବାଟୀରେ ଟିକେଟ ବ୍ଲାକ ! December 5, 2025 0 କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ... Related Articles ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ ଦେଶ-ବିଦେଶ December 5, 2025 ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ ଦେଶ-ବିଦେଶ December 5, 2025 ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ କନ୍ଧମାଳ December 5, 2025 ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ? ଦେଶ-ବିଦେଶ December 5, 2025 ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ ଦେଶ-ବିଦେଶ December 5, 2025 Popular Categories ନିଉଜ ଆଲର୍ଟଆମ ଓଡ଼ିଶାବଡ଼ ଖବରଦେଶ-ବିଦେଶଭୁବନେଶ୍ବରକ୍ରୀଡ଼ାରାଜନୀତି Previous articleପାନିପଥ ରିଫାଇନାରୀର ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍କୁ ମାଗଣାରେ ଅକ୍ସିଜେନ୍ ଯୋଗାଇବ ଇଣ୍ଡିଆନ ଅଏଲ : ଧର୍ମେନ୍ଦ୍ର ପ୍ରଧାନNext articleତାଲାବନ୍ଦ ସମୟରେ ଚଢା ଦରରେ ଚାଲିଛି ଚୋରା ମଦକାରବାର