www.samajalive.in
Friday, December 5, 2025
27.1 C
Bhubaneswar

ତାଲାବନ୍ଦ ସମୟରେ ଚଢା ଦରରେ ଚାଲିଛି ଚୋରା ମଦକାରବାର

ଲକ୍ଷ୍ମୀପୁର:କରୋନା ମହାମାରୀ ପାଇଁ ବର୍ତ୍ତମାନ ସ୍ବୀକୃତି ପ୍ରାପ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ରହିଛି। ତେବେ ଏହାର ସୁଯୋଗ ନେଇ ଚୋରା ବେପାର ମାନେ ବେଧଡ଼କ ଭାବେ ବେପାର ଚଳାଇ ଛନ୍ତି। ଏପରିକି ଲକ୍ଷ୍ମୀପୁର ଅଞ୍ଚଳର ରାସ୍ତା କଡ଼ ଠାରୁ ଆରମ୍ଭ କରି ଗଳି କନ୍ଦିରେ ଚାଲିଛି ବେପାର। ତାହା ପୁଣି ଚଢା ଦରରେ। ଦେଶୀ ମଦ ବେପାରୀ ଯେତି ଦରରେ ବିକୁଥିଲେ ବର୍ତ୍ତମାନ ଢେର୍ ଚଢା ଦରରେ ବିକ୍ରି କରାଯାଉଛି। ସେହିପରି ବିଦେଶୀ ମଦ ଦୋକାନ ବନ୍ଦ ଥିବାରୁ ଚୋରାରେ ମଦ ବିକ୍ରି ହେଉଛି। ତାହା ମଧ୍ୟ ଚଢା ଦରରେ। ତେବେ ତାହା ଅସଲି କି ନକଲି ତାହାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ଦୈନଦିନ ମଦୁଆମାନେ। ସେହିପରି କରୋନା ମହାମାରୀ କାରଣରୁ କାମଧନ୍ଦା ନପାଇ ଲୋକେ ଚଳିବା କଷ୍ଟକର। ଏପରିକି ପରିବାର ପ୍ରତି ପୋଷଣର କରିବା ଦୁରୁହ ବ୍ଯାପାର। ଏହି ଅବସରରେ ବେଧଡ଼କ ମଦ ବେପାର ଗରିବ ଗୁରୁବା ଏପରିକି ମଧ୍ଯବିତ୍ତଙ୍କ ପରିବାର ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ। ଦୈନନ୍ଦିନ ମଦ୍ୟପ ମାନେ ଜିନିଷ ପତ୍ର ବିକି ମଦ ପିଉଛନ୍ତି। ଏଭଳି ସମୟରେ ଅବକାରୀ ବିଭାଗ ଯେମିତି ଆଖି ବୁଜି ଦେଇଛି କହିଲେ ଚଳେ। କୋରୋନା କାଳରେ ଲୋକଙ୍କ ଅବସ୍ଥା ଅତ୍ଯନ୍ତ ଦୟନୀୟ ଥିବା ବେଳେ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ପାଇଁ ପ୍ରତିଦିନ ଝଗଡ଼ା ଝାଟି ଲାଗି ରହୁବା ସାଧାରଣରେ ଆଲୋଚନା ହେଉଛି।

Hot this week

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

Related Articles

Popular Categories