ଗଞ୍ଜାମରେ ପାରମ୍ପରିକ ଭାବେ ବୋମଲଗୋଲୁରେ ଏପରି କରାଯାଇଥାଏ ପୂଜାର୍ଚ୍ଚନା
ଗଞ୍ଜାମ : ପବିତ୍ର ଶାରଦୀୟ ନବରାତ୍ର ପୂଜା ଅବସରରେ ଗଞ୍ଜାମରେ ବାସ କରୁଥିବା କମ୍ପ ବ୍ରାହ୍ମଣ ସମ୍ପ୍ରଦାୟ ଲୋକମାନେ ବୋମଲଗୋଲୁ ପୂଜା କରିଥାଆନ୍ତି। ଏଥିରେ ସମସ୍ତ ଦେବାଦେବୀଙ୍କର ମୂର୍ତ୍ତୀକୁ ପୂଜା କରାଯାଇଥାଏ । କ୍ରିଷ୍ଣା ନାଇଡୁଙ୍କ ପରିବାରରେ କାହିଁ କେତେ କାଳରୁ ପାରମ୍ପରିକ ପୂଜାପଦ୍ଧତିରେ ବୋମଲଗୋଲୁ ପାଳିତ ହୋଇଆସୁଛି ।
ପବିତ୍ର ନବରାତ୍ର ଅବସରରେ ଅମାବାସ୍ୟା ଠାରୁ ଦଶହରା ପର୍ଯ୍ୟନ୍ତ ୯ ଦିନ ବ୍ୟାପି ଏହି ପୂଜା କରାଯାଇଥାଏ । ମା ଦୁର୍ଗତିନାଶିନୀ ଦୂର୍ଗା,ଶ୍ରୀଗଣେଶ, ଶ୍ରୀକଷ୍ଣ ରାଧାରାଣୀ, ବିଷ୍ଣୁ, ଦଶ ଅବତାର, ଚତୁର୍ଦ୍ଧାମୂର୍ତ୍ତୀ, ହନୁମାନ,ଲକ୍ଷ୍ମୀ, ସରସ୍ବତୀ, ହରପାର୍ବତୀ, ତିରୁପତି ବାଲାଜୀ, ଗୌତମ ବୁଦ୍ଧ ଙ୍କ ସହ ଅନେକ ଦେବଦେବୀ ଙ୍କୁ ଘରେ ଏକ ପୂଜା ମଣ୍ଡପରେ ପୂଜା କରାଯାଏ ।
ତିନିଥର ମଙ୍ଗଳା ଆରତୀ ସହ ପ୍ରସାଦ ସମର୍ପଣ କରାଯାଇଥାଏ । ଏହା ସହ ପୂଜା ମଣ୍ଡପରେ ବିଭିନ୍ନ କଣ୍ଡେଇ ପୂଜା ଉଦ୍ଦେଶ୍ୟରେ ରଖାଯାଇଥାଏ ।
Comments are closed.