www.samajalive.in
Saturday, December 6, 2025
16.1 C
Bhubaneswar

୧୯୩୩ ମସିହାରେ ସମାଜରେ ବାହାରିଥିବା ଖବର

୧୯୩୫ ସାଲ​‌େ​‌ର ପୃଥିବୀବ୍ୟାପୀ ଯୁଦ୍ଧ ହେବ?
ଇଉରୋପ ଓ ଜାପାନ ମଧ୍ୟରେ ବିବାଦ
ଚୀନ୍‌ ସରକାରୀ ଲୋକଙ୍କ ଭବିଷ୍ୟବାଣୀ
କାଣ୍ଟନ୍,ତା୧୨।୩୩: ଏଠାର ଏକ ବିଶିଷ୍ଟ ପଦସ୍ଥ ସରକାରୀ କର୍ମଚାରୀ ଏବଂ ବିଉମିଂଟନ୍‌ ଦଳର ନେତା ମିଷ୍ଟର ଚାଉଲ୍ ଆସନ୍ତା ଯୁଦ୍ଧ ବିଷୟରେ ଗୋଟାଏ ଗୁରୁତର ଭବିଷ୍ୟତ ଘୋଷଣା କରିଛନ୍ତି। ସେ କହିଲେ-ଆସନ୍ତା ଯୁଦ୍ଧ ପ୍ରଶାନ୍ତ ମହାସାଗରରେ ହେବ ଏବଂ ୧୯୩୫ ସାଲରେ ଏ ଯୁଦ୍ଧ ଆରମ୍ଭ ହେବ; କାରଣ ସେତିକି ବେଳକୁ ଜାପାନ, ଆମେରିକା ଓ ଇଂଲଣ୍ଡ ନିଜ ନିଜର ପୂର୍ଣ୍ଣ ନୌଯୁଦ୍ଧବାହିନୀ ତିଆରି କରିସାରିଥିବେ।

ରୁଷିଆର ବିରାଟ ଆୟୋଜନ
ମାଟି ତଳେ ତଳେ ରେଳ
ମସ୍କୋ, ତା୧୨।୩୩: ଏଠା ଥିଏଟରପଡ଼ିଆରେ ଗୋଟାଏ ଛୋଟ ବଗିଚା ଥିଲା। ଗରମ ଦିନେ ଲୋକେ ରାତିରେ ଆସି ଏ ବେଞ୍ଚ ଉପରେ ବିଶ୍ରାମ ନିଅନ୍ତି। ଟ୍ରାମ୍, ମଟରର ଜଞ୍ଜାଳ ଭିତରୁ ଟିକିଏ ବିଶ୍ରାମ ନେବାର ଜାଗା ଏହିଠାରେ ଥିଲା। ଏବେ ଆଉ ସେ ସ୍ଥାନଟିକକ ନାହିଁ। ସେ ବଗିଚା ବର୍ତ୍ତମାନ ମାଟି ତଳେ ତଳେ ଯାଉଥିବା ରେଳ ଲାଇନର ପ୍ରଥମ ଷ୍ଟେସନ୍‌୍‌ରେ ପରିଣତ ହେଲାଣି। ରୁଷିଆ ରାଜ୍ୟ ମଧ୍ୟରେ ମାଟି ତଳେ ଗୁମ୍ଫା କରି ରେଳ ଲାଇନ୍ ଚଳାଇବା ଏହି ପ୍ରଥମ ଆରମ୍ଭ ହେଲା।
ମେଲେରିଆ
ଏ ଥାନାରେ ପ୍ରବଳ ମେଲେରିଆ ବରାବର ଲାଗିରହିଛି। କୌଣସି ଗାଁର ଲୋକମାନଙ୍କର ସ୍ବାସ୍ଥ୍ୟ ଭଲ ଥିବାର ​‌େ​‌ଦଖାଯାଉନାହିଁ। ଜିଲାବୋର୍ଡ ଏଥିପ୍ରତି ଦୃଷ୍ଟି ଦେବେ କି?

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories