ଶିଖ୍ ତୀର୍ଥଯାତ୍ରୀଙ୍କୁ ସ୍ବାଗତ ପାଇଁ କର୍ତ୍ତାରପୁର ପ୍ରସ୍ତୁତ, ଫଟୋ ଶେୟାର କଲେ ଇମ୍ରାନ
ଇସଲାମାବାଦ: ଆସନ୍ତା ୯ ତାରିଖରେ କର୍ତ୍ତାରପୁର କରିଡର ଉଦ୍ଘାଟନ କରାଯିବ। ଏହାର ସପ୍ତାହକ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କର୍ତ୍ତାରପୁର କଂପ୍ଲେକ୍ସ ଏବଂ ଗୁରୁଦ୍ବାରା ଦରବାର ସାହିବର ଅନେକ ଫଟୋ ଶେୟାର କରିଛନ୍ତି। କର୍ତ୍ତାରପୁର କଂପ୍ଲେକ୍ସ ଏବଂ ଗୁରୁଦ୍ବାରା ଦରବାର ସାହିବ ସୁନ୍ଦର ଆଲୋକମାଳାରେ ସଜ୍ଜିତ ହୋଇଥିବାବେଳେ ଦେଖିବାକୁ ବେଶ୍ ଆକର୍ଷଣୀୟ ହୋଇଛି। ଇମ୍ରାନ ଫଟୋ ଶେୟାର କରି ଶିଖ୍ ତୀର୍ଥଯାତ୍ରୀଙ୍କୁ ସ୍ବାଗତ କରିବା ଲାଗି କର୍ତ୍ତାରପୁର ପ୍ରସ୍ତୁତ ବୋଲି କହିଛନ୍ତି। ଏହା ସହିତ ରେକର୍ଡ ସମୟ ଭିତରେ କରଡର ନିର୍ମାଣ ଶେଷ ହୋଇଥିବାରୁ ସେ ନିଜର ସରକାରକୁ ପ୍ରଶଂସା କରିଛନ୍ତି।
ସୂଚନାଯୋଗ୍ୟ, ପାକିସ୍ତାନର ଶ୍ରୀନାନକ ସାହିବରେ ଜନ୍ମଗ୍ରହଣ କରିଥିବା ଶିଖ୍ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ନଭେମ୍ବର ୧୨ ତାରିଖର ୩ ଦିନ ପୂର୍ବରୁ କର୍ତ୍ତାରପୁର କରିଡର ଉଦ୍ଘାଟନ କରାଯିବ। ଗତ ଶୁକ୍ରବାର ଇମ୍ରାନ କର୍ତ୍ତାରପୁର ଆସିବାକୁ ଥିବା ଶିଖ୍ ତୀର୍ଥଯାତ୍ରୀଙ୍କ ଲାଗି ପାସ୍ପୋର୍ଟର ଆବଶ୍ୟକତା ନାହିଁ ବୋଲି ଘୋଷଣ କରିଥିଲେ। ଏହା ସହିତ ୧୨ ତାରିଖ ଗୁରୁ ନାନକଙ୍କ ଜୟନ୍ତୀ ପାଇଁ ଗୁରୁଦ୍ବାରା ଆସୁଥିବା ତୀର୍ଥଯାତ୍ରୀଙ୍କ ଲାଗି ଇମ୍ରାନ ସେବା ଫି (ପାଖାପାଖି ୧୪୧୦ ଟଙ୍କା) ପ୍ରତ୍ୟାହାର ନେଇ ଘୋଷଣା କରିଥିଲେ।
Comments are closed.