www.samajalive.in
Saturday, December 13, 2025
18.1 C
Bhubaneswar

ଗୁରୁନାନକ ଇଂଲିଶ ମିଡିୟମ ପବ୍ଲିକ ସ୍କୁଲ ଉଦ୍‍ଘାଟିତ

ପିପିଲି : ରାଜଧାନୀ ଉପକଣ୍ଠ ଗୁଡିଆପୋଖରୀ ଠାରେ ଗୁରୁନାନକ ଇଂଲିଶ ମିଡିୟମ ପବ୍ଲିକ ସ୍କୁଲ୍‍ ରବିବାର ଉଦ୍‍ଘାଟିତ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଫିତା କାଟି ସ୍କୁଲକୁ ଉଦ୍‍ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ଚେୟାରମ୍ୟାନ୍‍ ଡ଼ଃ ବିଜୟ କୁମାର ସାହୁ ଯୋଗ ଦେଇଥିବା ବେଳେ ସ୍କୁଲ ମ୍ୟାନେଜିଂ କମିଟିର ଅଧ୍ୟକ୍ଷ ସତ୍‍ପାଲ ସିଂ, ସଂପାଦକ ଜସ୍‍ପାଲ ସିଂ, ସ୍କୁଲର ଅଧ୍ୟକ୍ଷା ମଧୁମିତା ସାହୁଙ୍କ ସମେତ ମ୍ୟାନେଜିଂ କମିଟିର ସମସ୍ତ ସଦସ୍ୟ, ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସେଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଛନା ସହ ଭଜନ ଓ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ସ୍ୱଳ୍ପ ମୂଲ୍ୟରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ଥିବା ଏହି ସ୍କୁଲରେ ଷ୍ଟାଣ୍ଡାର୍ଡ ଜିରୋ ଠାରେ ୧୦+୨ ଯାଏଁ ଶିକ୍ଷାଦାନ କରାଯିବ ବୋଲି ସୂଚନା ମିଳିଥିବା ବେଳେ ଏହି ସ୍କୁଲ୍‍ ଉଦ୍‍ଘାଟନ ହେବା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଆନନ୍ଦର ଲହରି ଖେଳିଯାଇଛି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀମାନେ ଉଚ୍ଚକୋଟିର ଗୁଣାତ୍ମକ ଶିକ୍ଷା ଲାଭ କରିପାରିବେ ବୋଲି ସୂଚନା ମିଳିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories