www.samajalive.in
Friday, December 12, 2025
15.1 C
Bhubaneswar

ବାରହା ଉପଦ୍ରବରୁ ଚାଷକୁ ସୁରକ୍ଷିତ ରଖିବା ପାଇଁ ଚାଷୀଙ୍କ ପ୍ରୟାସ

ଗୋପାଳପୁର : ରଙ୍ଗେଈଲୁଣ୍ଡା ବ୍ଲକରେ ଗତ ଅକ୍ଟୋବର ମାସରେ ଲଗାଣ ବର୍ଷା ଯୋଗୁଁ ଚାଷଜମି ବ୍ୟାପକ ନଷ୍ଟ ହୋଇଥିବାବେଳେ କିଛିଦିନ ବ୍ୟବଧାନରେ ଏବେ ଚାଷଜମିରେ ବାରହା ଉପଦ୍ରବ୍ୟ ଚାଷୀଙ୍କ ନିଦ ହଜାଇ ଦେଇଛି କ୍ଷ ଗତ ଲଗାଣ ବର୍ଷା ପରେ ଚାଷୀ ନିଜ ଜମିର ପାଣି ଶୁଖାଇ ଧାନ ଅମଳ ନିମନ୍ତେ ଅଣ୍ଟା ଭିଡିଥିବା ବେଳେ ଏବେ ବାରହା ଉପଦ୍ରବ ଯୋଗୁଁ ଦୁଃଖ ଆହୁରି ବଢିଯାଇଛି କ୍ଷ ଏହି ବନ୍ୟଜନ୍ତୁର ଉପଦ୍ରବ୍ୟ ଯୋଗୁଁ ଚାଷୀ ରାତିସାରା ଅନିଦ୍ରା ରହୁଥିବା ଦେଖିବାକୁ ମିଳିଛି କ୍ଷ ଏହାର ମୁକାବିଲା ପାଇଁ ଚାଷୀମାନେ ଗାଁ ଗାଁରେ ଏକତ୍ରିତ ହୋଇ କେଉଁଠି ଟାୟାର ଜାଳୁଥିବାବେଳେ ଅନ୍ୟ କେଉଁଠି ଚାଷଜମିରେ ବାଣଧରି ଚାଷୀ ଉଜାଗର ରହୁଛନ୍ତି କ୍ଷ ଗତ ତିନିରୁ ଚାରି ବର୍ଷ ହେବ କ୍ରମଶଃ ରଗେଂଇଲୁଣ୍ଡା ବ୍ଲକ ଅଞ୍ଚଳରେ ବାରହା ଉପଦ୍ରବ ବୃଦ୍ଧି ପାଇଥିବାରୁ ଚାଷୀଙ୍କ ନିଦ ହଜିଯାଇଥିବା ବେଳେ ଅଧିକାଂଶ ଚାଷୀ ଫସଲ ନଷ୍ଟ ଆଶଙ୍କାରେ ନିଜର ଏକର ଏକର ଜମି ପଡ଼ିଆ ରଖିଥିବା ମଧ୍ୟ ତୁଳୁର ଚାଷି ଅନୁଜ ନାୟକ ପ୍ରକାଶ କରିଛନ୍ତି।
ବାରହା ଉପଦ୍ରବରୁ ଚାଷଜମିକୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ପକ୍ଷରୁ ଗତ ୨୦୧୭ ମସିହାରେ ଏହି ଅଞ୍ଚଳରେ ଥିବା ତିନିହଜାର ବାରହା ମାରିବାପାଇଁ ଯୋଜନା କରିଥିବା ବେଳେ ଆଜି ଯାଏଁ ଏହା ବିଚାରଧୀନରେ ଅଟକି ଯାଇଥିବାରୁ ଏବେ ପୁଣି ବାରହା ସଂଖ୍ୟା ବୃଦ୍ଧି ଯୋଗୁଁ ଚାଷୀ କୂଳ ନାହିଁନଥିବା ହଟହଟା ହେଉଛି କ୍ଷ ରଙ୍ଗେଈଲୁଣ୍ଡା ବ୍ଲକର କରାପଲ୍ଲୀ, ଗଞୁ, ଗୋଳାବନ୍ଧ, କମଳାପୁର, କୋଳଥିଗାଁ, ଦାସପୁର, ଫୁଲଟା, ଗୋଳନ୍ଥରା, ମନ୍ତ୍ରୀଂଡି, ବିଶ୍ୱନାଥପୁର, ପାଲୁର, କୋଠାରସିଂ ମହାସାହିପେଣ୍ଠ, ଆଦି ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରୁଥିବା ଦେଖିବାକୁ ମିଳୁଛି କ୍ଷ ରଗେଂଇଲୁଣ୍ଡଖ ବ୍ଲକ ଅଞ୍ଚଳରେ ଗତ ୧୯୯୯ ମହାବାତ୍ୟା ପରଠାରୁ ଚାଷୀ କୌଣସି ନା କୌଣସି କାରଣରୁ ଚାଷ ନଷ୍ଟ ସହିଆସୁଥିବା ବେଳେ ଗତ ଚାରି ବର୍ଷ ହେବ ବାରହା ଉପଦ୍ରବ ଯୋଗଁ ଅତିଷ୍ଟ ହୋଇପଡିଲେଣି। ଏନେଇ ବନବିଭାଗ କୌଣସି ପଦେକ୍ଷପ ନେଉନଥିବା କୋଳିଟି ଗାଁର ଚାଷୀ ହରିହର ପାତ୍ର ଅଭିଯୋଗ କରିଛନ୍ତି। ଏବେ ଧାନ ଗଛରେ ଫୁଲଧରି ଧାନଫଳ ଧରିବା ଆରମ୍ଭ ହୋଇଥିବା ବେଳେ ବାରହା ଦ୍ଵାରା ଧାନ ଫସଲ ନଷ୍ଟ ହେଉଥିବାରୁ ଚାଷୀର ନିଦ ହଜିଯାଇଛି। ପ୍ରତି ବର୍ଷ ଧାନଅମଳ ବେଳେ ଏହି ବନ୍ୟଜନ୍ତୁ ଧାନଫସଲ ନଷ୍ଟ କରୁଥିବା ଅଭିଯୋଗ ହେଉଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ଦିଗରେ କୌଣସି ପଦକ୍ଷପ ନେଉନଥିରୁ ଚାଷୀ ଅତିଷ୍ଠ ହୋଇପଡ଼ି ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଅଞ୍ଚଳବାସୀ କହିଛନ୍ତି। ଏଣୁ ତୁରନ୍ତ ପ୍ରଶାସନ ଏଦିଗରେ ପଦକ୍ଷପ ନେଇ କ୍ଷତିପୂରଣ ଦିଗରେ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories