ନୂଆଦିଲ୍ଲୀ: ଭାରତର ସର୍ବପୁରାତନ ବ୍ୟବସାୟିକ ପରିବାର ମଧ୍ୟରୁ ଅନ୍ୟତମ ମୋଦି ପରିବାର ତଥା ମୋଦି ନଗରର ପ୍ରତିଷ୍ଠାତା ରାଜ ବାହାଦୁର ଗୁଜରମଲ ମୋଦିଙ୍କ ବଡ ପୁଅ କ୍ରିଷନ କୁମାର ମୋଦିଙ୍କ ୭୯ ବର୍ଷ ବୟସରେ ପରଲୋକ ଘଟିଛି। ସେ ମୋଦି ଏଣ୍ଟରପ୍ରାଇଜେସର ଅଧ୍ୟକ୍ଷ ଥିଲେ। ଏଥିରେ ଗୋଦଫ୍ରେ ଫିଲିପ୍ସ, ଇଣ୍ଡୋଫିଲ ଏବଂ ମୋଦି କେୟାର କମ୍ପାନୀ ରହିଛି।
ମୋଦି ଏଣ୍ଟରପ୍ରାଇଜେସ ଶିକ୍ଷା, କୃଷି, ଚା ଉତ୍ପାଦନ ଏବଂ ମୃଦୁ ପାନୀୟ କ୍ଷେତ୍ରରେ ଅଗ୍ରାଧିକାର ହାସଲ କରିଛି। ସ୍ୱର୍ଗତ ମୋଦି ଫିକ୍କୀର ପୂର୍ବତନ ଅଧ୍ୟକ୍ଷ ଥିଲେ। ସେ ୨୦୦୨ରୁ ୨୦୦୬ ପର୍ଯ୍ୟନ୍ତ ଏସିଆ ପାସିଫିକ ଚାମ୍ବର୍ଷ ଅଫ କମର୍ସ ଓ ଇଣ୍ଡଷ୍ଟ୍ରିର ମଧ୍ୟ ଅଧ୍ୟକ୍ଷ ରହିଥିଲେ। ଫିକ୍କୀର ଅଧ୍ୟକ୍ଷ ସନ୍ଦୀପ ସୋମାନି କହିଛନ୍ତି, ଫିକ୍କୀ ଜଣେ ଦୂରଦ୍ରଷ୍ଟା ଶିଳ୍ପପତିଙ୍କୁ ହରାଇଲା।



