www.samajalive.in
Tuesday, December 9, 2025
16.1 C
Bhubaneswar

ମାଙ୍କଡ଼ ହାତରୁ ଖସିପଡ଼ିଲା ପଥର; ୪ ମାସର ଶିଶୁ ମୃତ

ଲକ୍ଷ୍ନୌ: ମାଙ୍କଡ଼ ହାତରୁ ପଥର ଖସିପଡ଼ିବା ଫଳରେ ଜଣେ ୪ମାସ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶର ମୁଜଫରନଗର ଅନ୍ତର୍ଗତ ସୋହଜାନି ଗ୍ରାମରେ ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛି। ପୁଲିସ ସୂଚନା ଅନୁସାରେ, ଘଟଣାଟି ଶନିବାର ଦିନର। ମାଙ୍କଡ଼ଟି ଜଣେ ବ୍ୟକ୍ତିଙ୍କ ଘରର ଛାତ ଉପରେ ବସିଥିଲାବେଳେ ପିଲାଟିକୁ ତା’ର ମା’ ହାତରେ ଧରି ତଳେ ବସିଥିଲେ। ଛାତ ଉପରେ ଥିବା ଏକ ପଥରକୁ ମାଙ୍କଡ଼ଟି ହାତରେ ଧରିଥିଲା। ଦୁର୍ଘଟଣାବଶତଃ ମାଙ୍କଡ଼ ହାତରୁ ପଥରଟି ଖସିଯାଇ ପିଲାଟି ଉପରେ ପଡ଼ିଥିଲା। ଫଳରେ ପିଲାଟି ଗୁରୁତର ଆହତ ହୋଇଥିଲା। ତୁରନ୍ତ ତାଙ୍କୁ ନିକଟ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories