www.samajalive.in
Sunday, December 14, 2025
23.1 C
Bhubaneswar

ଇମ୍ରାନ୍‍ଙ୍କ ୨୦ଜଣିଆ ମନ୍ତ୍ରିମଣ୍ଡଳ ; ରାଷ୍ଟ୍ରପତି ହେବେ ଅରିଫ୍‍ ଅଲ୍‍ଭି

ଇସ୍‍ଲାମାବାଦ : ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶନିବାର ଶପଥ ନେଇଥିାବ ଇମ୍ରାନ୍‍ ଖାଁ ୨୦ ଜଣିଆ ସଦସ୍ୟ ବିଶିଷ୍ଟ ମନ୍ତ୍ରିମଣ୍ଡଳ ଘୋଷଣା କରିଛନ୍ତି। ନୂଆ ମନ୍ତ୍ରୀମାନେ ସୋମବାର ଶପଥ ନେବେ। ତେବେ ଇମ୍ରାନ୍‍ ଙ୍କ  ତେହେରିକ୍‍-ଇ-ଇନ୍‍ସାଫ୍‍ ପାର୍ଟି ପକ୍ଷରୁ କୁହାଯାଇଛି ବିଶିଷ୍ଟ ଆଇନଜ୍ଞ ଡକ୍ଟର ଅରିଫ୍‍ ଅଲ୍‍ଭିଙ୍କୁ ପାର୍ଟି ପକ୍ଷରୁ ପାକିସ୍ତାନର ରାଷ୍ଟ୍ରପତି ପଦ ପାଇଁ ମନୋନିତ କରାଯାଇଛି ।

ଅନ୍ୟପକ୍ଷରେ ପାକିସ୍ତାନ ତେହେରିକ୍‍-ଇ-ଇନ୍‍ସାଫ୍‍ ପାର୍ଟିର ମୁଖପାତ୍ର ଫୱଦ୍‍ ଚୌଧୁରୀ କହିଛନ୍ତି ୨୦ ଜଣ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣ ମନ୍ତ୍ରୀ ହେବେ ଏବଂ ଅନ୍ୟ ପାଞ୍ଚ ଜଣ ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଟା ଭାବେ କାର୍ଯ୍ୟ ତୁଲାଇବେ। ଶାହା ମେହମୁଦ୍‍ କ୍ୟୁରେସି ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇବେ, ଯିଏକି ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମୟରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଥିଲେ  ଓ ଭାରତ ଗସ୍ତରେ ଆସିଥିଲେ । ପରଭୈଜ୍‍ ଖଟ୍ଟକ୍‍ଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲାବେଳେ ଅସଦ୍‍ ଉମର୍‍ ଅର୍ଥମନ୍ତ୍ରୀ ଓ ରାଓଲ୍‍ପିଣ୍ଡିର ଶେଖ୍‍ ରସିଦ୍‍ଙ୍କୁ ରେଳ ବିଭାଗର ଦାୟିତ୍ୱ ଦିଆଯାଇଛି। ଇମ୍ରାନ୍‍ଙ୍କ ଏହି ୨୦ ଜଣିଆ ମନ୍ତ୍ରିମଣ୍ଡଳରେ ୩ ଜଣ ମହିଳା ସ୍ଥାନ ପାଇଛନ୍ତି। ସେମାନେ ହେଲେ – ଶିରେନ୍‍ ମଜାରୀ, ଯୁବେଦା ଜଲାଲ ଓ ପେହେମିଦା ମିର୍ଜା। ମନ୍ତ୍ରୀ ପଦ ପାଇଥିବା ପାଞ୍ଚଜଣ ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଟା ମାନଙ୍କ ମଧ୍ୟରେ ପୂର୍ବତନ ବ୍ୟାଙ୍କିଙ୍ଗ୍‍ ବିଶେଷଜ୍ଞ ଇସ୍ରତ୍‍ ହୁସେନ୍‍, ବିଶିଷ୍ଟ ବ୍ୟବସାୟୀ ଅବଦୁଲ୍‍ ରଜାକ୍‍ ଦାଉଦ୍‍ ଓ ବାବର୍‍ ଅୱନ ଅଛନ୍ତି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories