www.samajalive.in
Monday, December 15, 2025
17.1 C
Bhubaneswar

ଇମ୍ରାନ୍‍ ଖାନ୍‍ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ

ଇସଲାମାବାଦ୍‍: ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ୍‍ ଖାନ୍‍ ଆଜି ଶପଥ ଗ୍ରହଣ କରିଛନ୍ତି। ପାକିସ୍ତାନ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ପାକିସ୍ତାନ ରାଷ୍ଟ୍ରପତି ମାମ୍‍ନୁନ୍‍ ହୁସେନ୍‍ ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଇମ୍ରାନ୍‍ ଖାନ୍‍ଙ୍କୁ ଶପଥ ପାଠ କରାଇଥିଲେ। ୬୫ ବର୍ଷ ବୟସ୍କ ଇମ୍ରାନ୍‍ ଶପଥ ପାଠରେ ‘ପାକିସ୍ତାନର ସାର୍ବଭୌମ, ଏକତା, ଅଖଣ୍ଡତା ଓ ପ୍ରଗତି ପାଇଁ ବିଶ୍ୱସନୀୟ ଓ ଯଥାସାଧ୍ୟ ସାମର୍ଥ୍ୟ ଅନୁଯାୟୀ ମୁଁ ମୋର କର୍ତ୍ତବ୍ୟ ସମ୍ପାଦନ କରିବି’ ବୋଲି କହିଥିଲେ। ଶପଥ ଗ୍ରହଣ ଉତ୍ସବକୁ ଭାରତର ତିନି କ୍ରିକେଟ ତାରକା ସୁନୀଲ ଗାଭାସ୍କର, କପିଲ ଦେବ ଓ ନବଜୋତ ସିଂହ ସିଦ୍ଧୁଙ୍କୁ ଇମ୍ରାନ୍‍ ଖାନ୍‍ ଆମନ୍ତ୍ରଣ କରିଥିବା ବେଳେ କେବଳ ନବଜୋତ ସିଂହ ସିଦ୍ଧୁ ଶପଥ ଉତ୍ସବରେ ଯୋଗ ଦେଇଛନ୍ତି। ସେହିଭଳି ଇମ୍ରାନ୍‍ଙ୍କ ତୃତୀୟ ପତ୍ନୀ ବୁଶ୍ରା ବିବି ଉତ୍ସବରେ ଉପସ୍ଥିତ ଥିଲେ।

ଗତ କାଲି ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ପଦ ପାଇଁ ହୋଇଥିବା ନିର୍ବାଚନରେ ଇମ୍ରାନ୍‍ ଖାନ୍‍ ଜୟଯୁକ୍ତ ହୋଇଥିଲେ। ଏହାପରେ ଦେଶବାସୀଙ୍କ ଉଦେଶ୍ୟରେ ଦେଇଥିବା ଅଭିଭାଷଣରେ କହିଥିଲେ ଯେ ଯେଉଁମାନେ ଦେଶକୁ ଲୁଟିଛନ୍ତି ସେମାନଙ୍କ ବିରୋଧରେ ନ୍ୟାୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପାକିସ୍ତାନ୍‍ର ଏହି ଅଲରାଉଣ୍ଡରଙ୍କ ନେତୃତ୍ୱରେ ପାକିସ୍ତାନ ୧୯୯୨ରେ ଇଂଲଣ୍ଡକୁ ହରାଇ କ୍ରିକେଟ୍‍ ବିଶ୍ୱ କପ୍‍ ଜିତିଥିଲା। ଏହାର ଚାରି ବର୍ଷ ପରେ ଇମ୍ରାନ୍‍ କ୍ରିକେଟ୍‍ ଜଗତରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଦେଇଥିଲେ। ପାକିସ୍ତାନ ତେହେରିକ୍‍ ଇ ଇନ୍‍ସାଫ୍‍(ପିଟିଆଇ) ଗଠନ କରି ପାକିସ୍ତାନ ରାଜନୀତିରେ ସକ୍ରିୟ ଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ପଦରେ ଅଭିଷିକ୍ତ ହେବା ପାଇଁ ତାଙ୍କୁ ଲାଗିଥିଲା ୨୨ ବର୍ଷ। ଗତ ଜୁଲାଇ ୨୫ ତାରିଖରେ ଅନୁଷ୍ଠିତ ନିର୍ବାଚନରେ ପିିଟିଆଇ ସର୍ବାଧିକ ଭୋଟ ପାଇଥିଲେ ହେଁ ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟାଗରିଷ୍ଠତା ହାସଲ କରିପାରିନଥିଲା। ତେଣୁ ଛୋଟ ଦଳ ଓ ସ୍ୱାଧୀନ ସଦସ୍ୟଙ୍କ ସହାୟତାରେ ସରକାର ଗଢ଼ିବା ପାଇଁ ଇମ୍ରାନ୍‍ ପଦକ୍ଷେପ ନେଇଥିଲେ। ସରକାର ଗଠନ ପାଇଁ ୧୭୨ ଜଣ ନିର୍ବାଚିତ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ଥିବା ବେଳେ ଗତ କାଲି ପାକିସ୍ତାନ ସଂସଦରେ ଅନୁଷ୍ଠିତ ଆସ୍ଥା ଭୋଟରେ ଇମ୍ରାନ୍‍ଙ୍କ ପିଟିଆଇ ୧୭୬ଟି ଭୋଟ ପାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories