www.samajalive.in
Monday, December 15, 2025
16.1 C
Bhubaneswar

ପିଟିଆଇ ଅଧ୍ୟକ୍ଷ ପଦ ଛାଡ଼ିଲେ ଇମ୍ରାନ

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପାକିସ୍ତାନ ତେହରିକ୍-ଇ-ଇନସାଫ୍ (ପିଟିଆଇ)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ଦଳର ବରିଷ୍ଠ ନେତା ଗୋହର ଖାଁଙ୍କୁ ଦଳର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ କରାଯାଇଛି। ଅଧ୍ୟକ୍ଷ ପକ୍ଷରୁ ଇସ୍ତଫା ସହିତ ପିଟିଆଇର ଅଧ୍ୟକ୍ଷ ପଦ ଲାଗି ହେଉଥିବା ନିର୍ବାଚନରେ ଇମ୍ରାନ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ । ଇମ୍ରାନ ପିଟିଆର ପ୍ରତିଷ୍ଠାତା ହୋଇଥିବାବେଳେ ସେ ଏହି ନିର୍ବାଚନ ଲଢିବାକୁ ମନା କରିଛନ୍ତି । ପିଟିଆଇର ଅଧ୍ୟକ୍ଷ ପଦ ଲାଗି ସେ ଗୋହରଙ୍କ ନାମକୁ ସୁପାରିସ କରିଛନ୍ତି । ଗୋହରଙ୍କୁ ଡିସେମ୍ବର ୨ରେ ହେବାକୁ ଥିବା ଦଳୀୟ ନିର୍ବାଚନରେ ବିଧିବଦ୍ଧ ଭାବେ ପିଟିଆଇର ନିୟମିତ ଅଧ୍ୟକ୍ଷ ଘୋଷଣା କରାଯିବ। ୧୯୯୬ରେ ଇମ୍ରାନ ପିଟିଆଇର ପ୍ରତିଷ୍ଠା ପୂର୍ବକ ପାକିସ୍ତାନ ରାଜନୀତିରେ ପ୍ରବେଶ କରିଥିଲେ।

Hot this week

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories