www.samajalive.in
Monday, December 15, 2025
27.1 C
Bhubaneswar

ଇସ୍ରାଏଲ-ହମାସ ଯୁଦ୍ଧ ପୁଣି ଆରମ୍ଭ

ତେଲ୍‌ ଆବିଭ୍‌ : ସାତ ଦିନର ସାମୟିକ ଅସ୍ତ୍ରବିରତି ପରେ ଇସ୍ରାଏଲ ଓ ହମାସ ମଧ୍ୟରେ ପୁନର୍ବାର ଯୁଦ୍ଧ ଆରମ୍ଭ ହୋଇଛି। ଅସ୍ତ୍ରବିରତି ଅବଧି ଶେଷ ହେବା ପରେ ଶୁକ୍ରବାର ସକାଳୁ ଗାଜା ଉପରେ ଇସ୍ରାଏଲ ରକେଟ୍‌ ମାଡ ଆରମ୍ଭ କରିଛି। ହମାସ ସଂଗଠନ ପକ୍ଷରୁ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କରାଯାଇଛି। ଇସ୍ରାଏଲ କହିଛି ଯେ ଗାଜା ପଟରୁ ମାଡ କରାଯାଇଥିବା ରକେଟ୍‌କୁ ପ୍ରତିରୋଧ କରାଯାଇଛି। ସେହିପରି ଉତ୍ତର ଗାଜାରେ ଇସ୍ରାଏଲ କରିଥିବା ରକେଟ୍‌ ମାଡର ଦୃଶ୍ୟକୁ ହମାସର ଗଣମାଧ୍ୟମ ପକ୍ଷରୁ ଜାରି କରାଯାଇଛି। ଯୁଦ୍ଧ ଆରମ୍ଭ ହେବାର କିଛି ଘଣ୍ଟା ମଧ୍ୟରେ ଇସ୍ରାଏଲର ରକେଟ୍‌ ମାଡରେ ଗାଜାରେ ୧୦୯ ପାଲେଷ୍ଟାଇନ ନାଗରିକଙ୍କର ମୃତ୍ୟୁ ହୋଇଥିବା ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇସ୍ରାଏଲର ରକେଟ୍ ମାଡରେ ଅନେକ ଆହତ ହୋଇଥିବାବେଳେ ୮ଟି ଘର ନଷ୍ଟ ହୋଇଛି।
ନଭେମ୍ବର ୨୪ରୁ ଇସ୍ରାଏଲ ଓ ହମାସ ମଧ୍ୟରେ ୭ଦିନିଆ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୪ଦିନ ପାଇଁ ଅସ୍ତ୍ରବିରତି ବୁଝାମଣା ହୋଇଥିଲା। ପରେ ଏହି ବୁଝାମଣାର ଅବଧିକୁ ଦୁଇଥର ବୃଦ୍ଧି କରାଯାଇଥିଲା। ଏହି ୭ଦିନିଆ ଅସ୍ତ୍ରବିରତି ମଧ୍ୟରେ ହମାସ କବଳରୁ ୧୦୫ଜଣ ପଣବନ୍ଦୀ ମୁକ୍ତ ହୋଇଥିଲେ। ସେହିପରି ଇସ୍ରାଏଲ ଅଧୀନରେ ବନ୍ଦୀଥିବା ୨୪୦ଜଣ ପାଲେଷ୍ଟାଇନ ନାଗରିକଙ୍କୁ ମୁକ୍ତ କରାଯାଇଥିଲା। ତେବେ ହମାସ ଆତଙ୍କବାଦୀଙ୍କ କବଳରେ ଆହୁରି ଅନେକ ଇସ୍ରାଏଲ ଓ ବିଦେଶୀ ନାଗରିକ ପଣବନ୍ଦୀ ରହିଥିବାବେଳେ ଅସ୍ତ୍ରବିରତି ଅବଧି ବୃଦ୍ଧି କରିବାକୁ ଇସ୍ରାଏଲ ଆଗ୍ରହ ପ୍ରକାଶ କରିଥିଲା। ମାତ୍ର ହମାସ ଅସ୍ତ୍ରବିରତି ଅବଧି ବୃଦ୍ଧି କରିବାକୁ ସମର୍ଥନ କରି ନଥିଲା। ଇସ୍ରାଏଲ କହିଛି ଯେ ହମାସ ପ୍ରଥମେ ଅସ୍ତ୍ରବିରତି ରାଜିନାମାକୁ ଉଲ୍ଲଙ୍ଘନ କରି ଆକ୍ରମଣ କରିଥିଲା। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଜଣେ ପରାମର୍ଶଦାତା ମାର୍କ ରେଗେଭ କହିଛନ୍ତି ଯେ ଆମେ ସମସ୍ତ ପ୍ରକାର ସମ୍ଭାବନା ପାଇଁ ପ୍ରସ୍ତୁତ। ଯଦି ଏହା କାର୍ଯ୍ୟକାରୀ ନ ହୁଏ ତେବେ ଯୁଦ୍ଧକୁ ଓହ୍ଲାଇବୁ। ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା। ଏହି ଯୁଦ୍ଧରେ ଇସ୍ରାଏଲର ୧୨୦୦ରୁ ଅଧିକ ନାଗରିକ ପ୍ରାଣ ହରାଇଥିବାବେଳେ ଶତାଧିକ ପଣବନ୍ଦୀ ରହିଛନ୍ତି। ସେହିପରି ଇସ୍ରାଏଲର ଆକ୍ରମଣରେ ୧୫,୦୦୦ରୁ ଅଧିକ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଛନ୍ତି। ପ୍ରାଣ ହରାଇଥିବା ପାଲେଷ୍ଟାଇନ ନାଗରିକଙ୍କ ମଧ୍ୟରୁ ଅଧିକାଂଶ ଗାଜାବାସୀ ଓ ହମାସ ଆତଙ୍କବାଦୀ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories