ରୋଗପ୍ରତିରୋଧକ ବଢ଼ାଇବା ପାଇଁ ନିୟମ

ଘରେ ରହି ଆପଣ ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତୁ। ବିଶେଷଜ୍ଞଙ୍କ ମତରେ ଖାଦ୍ୟପାନୀୟ ଠିକ୍ ରହିଲେ ଆପଣ ରୋଗରେ ଆକ୍ରାନ୍ତ ହେଲେ ମଧ୍ୟ ଏହା ସହ ଲଢ଼ିବାର ଶକ୍ତି ଶରୀରକୁ ମିଳିଥାଏ।
–  ରୁଟିନ୍ ବନ୍ଧା ଭୋଜନରେ ଅତିଷ୍ଠ ହେବା ସ୍ବାଭାବିକ। ଏଣୁ କିଛି ଅଲଗା ପ୍ରକାରର ଭୋଜନ କରିପାରନ୍ତି। ଯେପରି କୌଣସି ଦିନ   ଦ୍ବିପହରରେ ନୁଡଲ୍ସ କିମ୍ବା ଭେଜ୍ ବିରିୟାନୀ ଖାଇପାରିବେ। ଏହି ଖାଦ୍ୟ ରାନ୍ଧିବା ସମୟରେ ରସୁଣକୁ ବ୍ୟବହାର କରନ୍ତୁ। ମାଙ୍ଗାନିଜ୍,   ଭିଟାମିନ୍ ବି-୬, ସେଲେନିୟମ୍, ଫାଇବର୍ ଭରପୂର ରସୁଣ ଖାଇଲେ ଶରୀରର କୋଲେଷ୍ଟୋରଲ୍ ସ୍ତର ନିୟନ୍ତ୍ରିତ ରହେ। ଯୁବବର୍ଗ   ନିୟମିତ ଭାବେ ସେମାନଙ୍କ ବ୍ୟଞ୍ଜନରେ ଏହି ରସୁଣ ବ୍ୟବହାର କରିବା ଉଚିତ।
–  ଯେଉଁମାନେ କରୋନା ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି, ସେମାନେ ରୋଗପ୍ରତିରୋଧକ ଶକ୍ତି ବଢ଼ାଉଥିବା ଖାଦ୍ୟପାନୀୟ ପୂର୍ବରୁ     ଖାଉଥିବାର ବିଶେଷଜ୍ଞ ମତ ଦେଇଛନ୍ତି।
–  ସକାଳବେଳା ୨-୩ଟି ତୁଳସୀପତ୍ର ଚୋବାଇ ଖାଆନ୍ତୁ। ଏହା ମଧ୍ୟ ଶରୀରର ରୋଗପ୍ରତିରୋଧକ ବଢ଼ାଇବାରେ ସହାୟକ।

Comments are closed.