www.samajalive.in
Monday, December 15, 2025
27.1 C
Bhubaneswar

ସାମୂହିକ ଭସାଣିରେ ଦୁଲୁକିଲା ଆଠଗଡ ସହର

ଆଠଗଡ :  ଲଘୁଚାପ ଜନିତ ବର୍ଷା ସତ୍ତ୍ବେ ଆଠଗଡ ସହରର ୬ଟି ପ୍ରମୁଖ ବଜାରର ପୂଜାକମିଟି ପକ୍ଷରୁ ରବିବାର ଭସାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭସାଣି ଉତ୍ସବ ପାଇଁ ସମଗ୍ର ଆଠଗଡ ସହରର ସବୁ ପ୍ରମୁଖ ବଜାର ଗୁଡିକ ସଂପୂର୍ଣ୍ଣ ବନ୍ଦ ରହିଛି । ଜଗନ୍ନାଥ ବଜାର ମେଢ, ରଘୁନାଥ ବଜାର, ଲକ୍ଷ୍ମୀ ବଜାର, ସ୍ୱପ୍ନେଶ୍ୱର ବଜାର ଏବଂ ଚାନ୍ଦବାଲି ଛକ ବଜାରର ମେଢ ଗୁଡିକ ଦୁର୍ଗାବଜାରଠାରେ ଏତକ୍ରିତ ହେବା ପରେ ଦୁର୍ଗାବଜାର ମେଢ ସହିତ ଅପରାହ୍ନରେ ଭସାଣି ଉତ୍ସବ ଆରମ୍ଭ ହୋଇଥିଲା। ସବୁ ପୂଜାକମିଟି ପକ୍ଷରୁ ଭଳିକି ଭଳି ବ୍ୟାଣ୍ଡ ବାଜା, ଡିଜେ ଓ ସୁସଜ୍ଜିତ ଆଲୋକ ତୋରଣ ଓ ମାଳାରେ ଭସାଣି ଉତ୍ସବ ଝଲସି ଉଠିଥିଲା । ଆଠଗଡ ଏନଏସି ନଗରପାଳ, ଉପନଗରପାଳ ଓ ସମସ୍ତ କାଉନସିଲର ଲକ୍ଷ୍ମୀବଜାରଠାରେ ଉପସ୍ଥିତ ରହି ସମସ୍ତ ପୂଜାକ ମିଟିର ମେଢକୁ ସ୍ୱାଗତ କରିବା ସହ କର୍ମକର୍ତ୍ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଭସାଣି ଉତ୍ସବ ଶାନ୍ତିଶୃଙ୍ଖଳା ରଖିବା ପାଇଁ ଆଇଆଇସି ବାମଦେବ ସ୍ୱାଇଁଙ୍କ ନେତୃତ୍ୱରେ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଥିଲା । ସହର ପରିକ୍ରମା କରିବା ପରେ ମେଢଗୁଡିକୁ ସାପୁଆନଦୀ ନିକଟରେ ଏନଏସି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ ନିର୍ମିତ ପୁଷ୍କରିଣୀରେ ମୂର୍ତ୍ତିଗୁଡିକୁ ବିଳମ୍ବିତ ରାତିରେ ବିସର୍ଜନ କରାଯାଇଥିଲା।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories