www.samajalive.in
Wednesday, December 10, 2025
26.1 C
Bhubaneswar

ଆଠଗଡରେ ଗଜଲକ୍ଷ୍ମୀ ପୂଜା

ଆଠଗଡ :  ଆଠଗଡ ସହରରେ ଏକମାତ୍ର ସ୍ଥାନ ଲକ୍ଷ୍ମୀବଜାରଠାରେ ହନୁମାଜ ଜୀଉ କୃପା ପରିଷଦ, ଷ୍ଟାର ନାଇଟ କ୍ଲବ ଓ ଲକ୍ଷ୍ମୀବଜାରର ମିଳିତ ଆନୁକୁଲ୍ୟରେ ରବିବାର ଗଜଲକ୍ଷ୍ମୀପୂଜା ଆରମ୍ଭ ହୋଇଛି । ରବିବାର ଜଳାଧିବାସ, ମଙ୍ଗଳିକରଣ, ଦେବୀଙ୍କ ପ୍ରାଣପ୍ରତିଷ୍ଠା, ମଣ୍ଡଳପୂଜା, ଅଗ୍ନି ସ୍ଥାପନ ଓ ଆଳତୀ କରାଯାଇଥିଲା। ପଣ୍ଡିତ ଲିଙ୍ଗରାଜ ତ୍ରିପାଠୀ ଓ ସୁଧାକର ଶତପଥୀ ପୁରୋଧା ଭାବେ ଏବଂ ଷ୍ଟାର ନାଇଟ କ୍ଲବର ସଦସ୍ୟ ସୌମେନ୍ଦ୍ର କୁମାର ନନ୍ଦ ସସ୍ତ୍ରିିକ କର୍ତ୍ତାଭାବେ ଯଜ୍ଞ ପରିଚାଳନା କରୁଛନ୍ତି। ଆଗାମୀ ବୁଧବାର ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ। ପଣ୍ଡିତ ମାନସ କୁମାର ପଣ୍ଡା, ବସନ୍ତ କୁମାର ବାରିକ, ଅର୍ଦ୍ଧେନ୍ଧୁ ମହାନ୍ତି, ପ୍ରମିତାଭ ମହାପାତ୍ର, ଦିପ୍ତୀରଞ୍ଜନ ମିଶ୍ର, ନଚିକେତା ପରମାଣିକ, ଚିତ୍ତରଞ୍ଜନ ସାହୁ ପ୍ରମୁଖଙ୍କ ସମେତ ଆୟୋଜକ ଅନୁଷ୍ଠାନ ଗୁଡିକର ସଦସ୍ୟମାନେ ଏହି ଗଜଲକ୍ଷ୍ମୀ ପୂଜା ଓ ଯଜ୍ଞ ପରିଚାଳନାରେ ସହଯୋଗ କରୁଛନ୍ତି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories