www.samajalive.in
Saturday, December 6, 2025
14.1 C
Bhubaneswar

ଆଇପିଏଲ୍‌ରେ ୨ ଥର ୬୦୦ ରନ୍‌: କୋହଲିଙ୍କ ପରେ ରାହୁଲ ୨ୟ ଭାରତୀୟ

ଦୁବାଇ: ଆଇପିଏଲ୍‌ ଇତିହାସରେ ୨ୟ ଭାରତୀୟ ବ୍ୟାଟ୍‌ସମ୍ୟାନ୍ ଭାବେ ୬ ଶହ କିମ୍ବା ଅଧିକ ରନ୍ ସ୍କୋର୍ କରିଛନ୍ତି କେ.ଏଲ୍‌. ରାହୁଲ। ଚଳିତ ସିଜିନ୍‌ରେ କିଙ୍ଗ୍‌ସ ଏକାଦଶ ପଞ୍ଜାବର ଅଧିନାୟକ ରାହୁଲ ଅଦ୍ୟାବଧି ୧୩ଟି ମ୍ୟାଚ୍‌ରୁ ମୋଟ ୬୪୧ ରନ୍ ସ୍କୋର୍ କରି ସାରିଛନ୍ତି। ଶୁକ୍ରବାର ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ରାହୁଲ ୪୬ ରନ୍‌ ସ୍କୋର୍‌କରିବା ସହ ଏହି କୃତିତ୍ବ ହାସଲ କରିଥିଲେ। ଏଥିରେ ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ରହିଛି। ଚଳିତ ସିଜିନ୍‌ରେ ଏକମାତ୍ର ବ୍ୟାଟ୍‌ସମ୍ୟାନ୍ ଭାବେ ରାହୁଲ ୬ ଶହରୁ ଅଧିକ ରନ୍ କରିଛନ୍ତି। ଏହାସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଅଧିନାୟକ ବିରାଟ କୋହଲିଙ୍କ ପରେ ୨ୟ ଭାରତୀୟ ବ୍ୟାଟ୍‌ସମ୍ୟାନ ଭାବେ ରାହୁଲ ଏକ ଆଇପିଏଲ୍‌ ସିଜିନ୍‌ରେ ୬ ଶହରୁ ଅଧିକ ରନ୍ କରିଛନ୍ତି। ୨୦୧୮ରେ ପ୍ରଥମଥର ପାଇଁ ପଞ୍ଜାବ ଦଳ ପାଇଁ ଖେଳି ରାହୁଲ ୬୫୯ ରନ୍ କରିଛନ୍ତି। ବିରାଟ କୋହଲି ୨୦୧୩ରେ ପ୍ରଥମ ଭାରତୀୟ ବ୍ୟାଟ୍‌ସମ୍ୟାନ ଭାବେ ଏକ ଆଇପିଏଲ୍‌ ସିଜିନ୍‌ରେ ୬ ଶହରୁ ଅଧିକ ରନ୍ କରିଥିଲେ। ପରେ କୋହଲି ୨୦୧୬ ସଂସ୍କରଣରେ ମଧ୍ୟ ୬ ଶହରୁ ଅଧିକ ରନ୍ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories