www.samajalive.in
Saturday, December 6, 2025
23.1 C
Bhubaneswar

ମହଙ୍ଗା ହେବ ରେଳ ପ୍ଲାଟଫର୍ମ ଟିକଟ

ନୂଆଦିଲ୍ଲୀ: କେବଳ ରେଳଯାତ୍ରା ନୁହେଁ କୌଣସି ସମୟରେ ପ୍ଲାଟଫର୍ମରେ ପ୍ରବେଶ ପାଇଁ ଅଧିକ ଅର୍ଥ ବ୍ୟୟ କରିବାକୁ ହେବ। ରେଳବାଇ ଶୀଘ୍ର ଏହାର ପ୍ଲାଟଫର୍ମ ଟିକଟ୍‌ ଦର ୨ଗୁଣ କରିବ। ଯୋଜନାନୁଯାୟୀ, ଆସନ୍ତା ମାସରେ ରେଳବାଇ ଏହାର ପ୍ଲାଟଫର୍ମ ଟିକଟ ମୂଲ୍ୟ ବର୍ତ୍ତମାନର ୧୦ ଟଙ୍କାରୁ ୨୦ ଟଙ୍କାକୁ ବୃଦ୍ଧି କରିବାକୁ ଯାଉଛି। ରେଳବାଇ ପକ୍ଷରୁ ଦେଶରେ ୧୦୦ରୁ ଅଧିକ‌ ‌‌ଷ୍ଟେସନରେ ୟୁଜର ‌ଡେଭଲପମେଣ୍ଟ ଫି(ୟୁଡିଏଫ୍‌) ଲାଗୁ ସ୍ବରୂପ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି।

ସମ୍ପ୍ରତି ରେଳବାଇ ଖୁବ୍‌ ଶୀଘ୍ର ଦେଶର ୧୨୧ଟି ଷ୍ଟେସନରେ ୟୁଡିଏଫ୍‌ ଲାଗୁ କରିବାକୁ ଯାଉଛି। ଅଧିକାଂଶ ଷ୍ଟେସନ୍‌ର ଟେଣ୍ଡର ପ୍ରକ୍ରିୟା ନବୀକରଣ ପାଇଁ ଟେଣ୍ଡର ପ୍ରକ୍ରିୟା ଆଗେଇ ଚାଲିଥିବାବେଳେ ୟୁଜର ଫି ଏହାର ନିଲାମ କାଗଜପତ୍ରର ଏକ ଅଂଶ ହେବ। ଏହାପୂର୍ବରୁ ଦେଶର ପ୍ରମୁଖ ତଥା ବଡ ବଡ ‌ଷ୍ଟେସନରୁ ଯାତ୍ରା କ୍ଷେତ୍ରରେ ଯାତ୍ରୀଙ୍କ ଉପରେ ୟୁଜର ଡେଭଲପମେଣ୍ଟ ଫି ଲାଗୁ କରିବାକୁ ରେଳବାଇ ଯୋଜନା କରିସାରିଛି। ଏହି ଅନୁଯାୟୀ, ଘରୋଇ କମ୍ପାନୀଙ୍କ ସହଯୋଗରେ ସରକାର ବଡ ଷ୍ଟେସନଗୁଡିକରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧାସୁଯୋଗ ଉପଲବ୍‌ଧ କରାଇବାକୁ ଯୋଜନା କରିଛନ୍ତି। ବର୍ତ୍ତମାନ ବିକାଶ କରାଯିବାକୁ ଥିବା ବଡ ‌‌‌ଷ୍ଟେସନ ମଧ୍ୟରେ ମୁମ୍ବଇ, ଆନନ୍ଦବିହାର, ଜୟପୁର, ହବିବଗଞ୍ଜ, ଚଣ୍ଡିଗଡ, ନାଗପୁର ଏବଂ ବିଜୱାସନ୍‌ ରହିଛି। ସରକାରୀ-ଘରୋଇ ସହଭାଗିତା ଭିତ୍ତିରେ କେନ୍ଦ୍ର ସରକାର ‌ଦେଶର ପ୍ରମୁଖ ଷ୍ଟେସନଗୁଡିକର ‌‌ବିକାଶ ଘଟାଇବାକୁ ଯାଉଛନ୍ତି। ଏହି ବିକାଶ ପ୍ରକଳ୍ପ ଅଧୀନରେ ସରକାର ବିଡିଂ ପ୍ରକ୍ରିୟା ଜରିଆରେ ଘରୋଇ କମ୍ପାନୀଙ୍କୁ ଭାଗ ନେବାକୁ ଆମନ୍ତ୍ରଣ କରିସାରିଛନ୍ତି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories