ଇଂଲଣ୍ଡକୁ ଫେରିଲା ଲକଡାଉନ
ଲଣ୍ଡନ: ବିଶ୍ବରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବିଶେଷକରି ୟୁରୋପିଆନ୍ ଦେଶଗୁଡ଼ିକରେ ଏବେ କରୋନା ଅଧିକ ବ୍ୟାପିବାରେ ଲାଗିଛି। ଫ୍ରାନ୍ସ ପରେ ଏବେ ଇଂଲଣ୍ଡରେ ମଧ୍ୟ ଲକଡାଉନ୍ ଲାଗୁ କରିବା ପାଇଁ ଘୋଷଣା କରାଯାଇଛି। ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଦେଶକୁ ମାସେ ପର୍ଯ୍ୟନ୍ତ ଲକଡାଉନ୍ କରିବାକୁ ଘୋଷଣା କରିଛନ୍ତି। ଏହି ଲକଡାଉନ୍ ଅବଧି ନଭେମ୍ବର ୫ରୁ ଆରମ୍ଭ ହୋଇ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ରହିବ। ଏହି ମାସିକିଆ ଲକଡାଉନ୍ ଦ୍ୱାରା ଏବେ ପବ୍, ରେଷ୍ଟୁରାଣ୍ଟ, ବ୍ୟବସାୟ ପ୍ରତିଷ୍ଠାନ ଓ ଦୈନନ୍ଦିକ ଜୀବିକା ଉପରେ କଟକଣା ଲଗାଯାଇଛି। ପିଏମ୍ ଜନସନ୍ କହିଛନ୍ତି, ଚାରି ସପ୍ତାହ ପରେ ସ୍ଥିତି ସମୀକ୍ଷା କରାଯିବ ଏବଂ ଲକଡାଉନକୁ ଆଗକୁ ବଢ଼ାଯିବ କି ନାହିଁ, ତାହା ଉପରେ ନିଷ୍ପତ୍ତି ନିଆଯିବ।
National restrictions will apply in England from 5 November until 2 December.
You must stay at home, with a limited set of exemptions.
After 4 weeks we will look to return to a local and regional approach, based on the latest data.
https://t.co/shgzOurdZC pic.twitter.com/7j9DDayqxr— UK Prime Minister (@10DowningStreet) October 31, 2020
ଲ
Comments are closed.