ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୁକୁଡ଼ଖଣ୍ଡି ବ୍ଲକର ଗୁରୁଣ୍ଠି ଠାରେ ଚାଲିଥିବା ଏକ ବେଆଇନ ଗୁଟଖା କାରଖାନାରେ ପ୍ରଶାସନ ପକ୍ଷରୁ ଶନିବାର ଚଢାଉ କରାଯାଇଛି। ଚଢାଉ ସମୟରେ ୪ ମେସିନ ସହ ବହୁ ପରିମାଣରେ କଞ୍ଚାମାଲ ଜବତ ହୋଇଛି । ଯାହାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।
ଗୁରୁଣ୍ଠିର ଜଣେ ବ୍ୟକ୍ତିଙ୍କ ଘର ଭିତରେ ବହୁ ଦିନ ହେବ ଏହି ବେଆଇନ କାରଖାନା ଚାଲିଥିବା ନେଇ ସୂଚନା ମିଳିବା ପରେ ଆଜି ମଧ୍ୟାହ୍ନରେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତତ୍ରେୟ ଭଉସାହେବ ଏକ ସ୍ୱତନ୍ତ୍ର ଦଳ ସହ ଚଢ଼ାଉ କରିଥିଲେ । ସେଠାରୁ ଗୁଟଖା ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ୪ ଟି ମେସିନ ସହ ବିଭିନ୍ନ କମ୍ପାନୀର ଗୁଟଖା ଜରି, ମସଲା ସହ ପ୍ରାୟ ଏକ ହଜାର କେଜିର ଅନ୍ୟାନ୍ୟ କଞ୍ଚାମାଲ ଜବତ କରାଯାଇଛି ବୋଲି ସୂଚନା ମିଳିଛି।
ବେଆଇନ ଗୁଟଖା କାରଖାନାରେ ଚଢ଼ାଉ; ୪ ମେସିନ, ୧୦ ଲକ୍ଷର କଞ୍ଚାମାଲ ଜବତ
Popular Categories



