www.samajalive.in
Friday, December 5, 2025
20.1 C
Bhubaneswar

ଆଏଜ ସମ୍ବଲପୁରୀ ଦିନ୍: ବିଦ୍ୟାବାଲାନଙ୍କଠାରୁ ପ୍ରତିଭା ପାଟିଲଙ୍କ ପର୍ଯ୍ୟନ୍ତ ସମ୍ବଲପୁର ଶାଢ଼ୀର ପ୍ରଶଂସକ

ଆଏଜ ସମ୍ବଲପୁର ଦିନ୍ । ଅର୍ଥାତ୍ ଆଜି ଅଗଷ୍ଟ ୩୧ ତାରିଖରେ ପାଳନ ହୋଇଥାଏ ସମ୍ବଲପୁର ଦିବସ । କରାନା କାଳରେ ଏହି ଦିନଟିକୁ ଭର୍ଚ୍ୟୁଆଳ ପାଳନ କରାଯାଉଛି । ମାତ୍ର ଚଳିତ ବର୍ଷ ଏହି ଦିନର ବିଶେଷତ୍ଵ ଆଉ ଏକ କାରଣରୁ ଢ଼େର ବଢ଼ି ଯାଇଛି । ଗାଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବଲିଉଡ଼୍ ଅଭିନେତ୍ରୀ ବିଦ୍ୟାବାଲାନ ଫିଲ୍ମରେ ପିନ୍ଧିଥିବା କଳା ରଙ୍ଗର ଜ୍ୟାମିତିକ ପାଟଶାଢ଼ୀର ଏତେ ପ୍ରଶଂସା କରିଛନ୍ତି ଯେ ସମ୍ବଲପୁର ଶାଢ଼ୀ ପ୍ରେମୀ ପ୍ରତ୍ୟେକ ମଣିଷ ଏଥିରେ ଗର୍ବ ଅନୁଭବ କରିବେ ।

- Advertisement -

ସାରା ଦେଶ ଓ ବିଦେଶରେ ସମ୍ବଲପୁରୀ ଶାଢ଼ୀର ଚାହିଦା ରହିଛି । ସମ୍ବଲପୁର ବୋମକେଇ, ବାନ୍ଧ ଶାଢ଼ୀ, ପାଟଶାଢ଼ୀ ଦେଶ ବିଦେଶରେ ନିଜର ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ବିଦ୍ୟାବାଲାନ ଯେଉଁ କଳା ରଙ୍ଗର ଶାଢ଼ୀ ପିନ୍ଧିଛନ୍ତି ତାହାକୁ ସୋନପୁରର ବାନ୍ଧ ଶିଳ୍ପୀ  ପ୍ରସ୍ତୁତ କରିଛନ୍ତି । ଆଉ ବିଦ୍ୟାଙ୍କ ଶାଢ଼ୀ ପିନ୍ଧା ଦେଖିବା ପ​‌ରେ ତାଙ୍କ ପାଖକୁ ପ୍ରାୟ ୫୦୦ରୁ ଅଧିକ ଅର୍ଡ଼ର ଆସି ସାରିଲାଣି ସମ୍ପୃକ୍ତ ବାନ୍ଧଶିଳ୍ପୀ କହିଛନ୍ତି ।

ସମ୍ବଲପୁର ଶାଢ଼ୀ କେବଳ ବିଦ୍ୟାଙ୍କ ପସନ୍ଦ ନୁହେଁ, ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ମଧ୍ୟ ସମ୍ବଲପୁର ଶାଢ଼ୀର ଥିଲେ ମୁଗ୍ଧ ପ୍ରଶଂସିକା । ବିଭିନ୍ନ ସମୟରେ ସେ ସମ୍ବଲପୁର ଶାଢ଼ୀ ପିନ୍ଧୁଥିବାର ଦେଖିବାକୁ ମିଳିଛି ।

ସେହିପରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ତାଙ୍କ ଶାଶୁ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀମଧ୍ୟ ସମ୍ବଲପୁରୀ ଶାଢ଼ୀକୁ ଆଦର କରୁଥିବା ଓ ତାହାକୁ ପିନ୍ଧୁଥିବା ଦେଖାଯାଇଛି ।

ଅନ୍ୟପକ୍ଷରେ ଶକୁନ୍ତଳା ଦେବୀ ଚରିତ୍ରରେ ଅଭିନୟ କରିବା ନିମନ୍ତେ ବିଦ୍ୟାବାଲାନ ପିନ୍ଧିଥିବା ଶାଢ଼ୀଟିକୁ ତାଙ୍କ ନିକଟରେ ପହଞ୍ଚାଥିଲେ ଜଣେ ଓଡ଼ିଆ ମହିଳା ଅମ୍ରିତା ସାବତ । ସେ ଉତ୍କଳ ଅମ୍ରିତା ଟେକ୍ସଟାଇଲର ପରିଚାଳନା ନିର୍ଦେଶକ ଅଛନ୍ତି । ଗତବର୍ଷ ଅଗଷ୍ଟ ମାସରେ ସେ ବିଦ୍ୟାଙ୍କ ଟିମ୍ ସହ ଯୋଗାଯୋଗ କରିଥିଲେ । ଗାଣିତିକ ଓ ଜ୍ୟାମିତିକ କଳାକୁ ନେଇ ଏକ ଶାଢ଼ୀ ପ୍ରସ୍ତୁତ କରାଇ ସେ ବିଦ୍ୟାଙ୍କ ନିକଟକୁ ତାହାର ଡ଼ିଜାଇନ ପଠାଇଥିଲେ । ବିଦ୍ୟାଙ୍କୁ ତାହା ବେଶ୍ ପସନ୍ଦ ଆସିିଥିଲା ଏବଂ ସେ ସେହି ଶାଢ଼ୀ ପିନ୍ଧିଥିଲେ । ଏହାପରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ​‌ରେ ବିଦ୍ୟା ଏହାର ବେଶ୍ ପ୍ରଶଂସା ମଧ୍ୟ କରିଛନ୍ତି ।

ଏହାପରେ ବିଦ୍ୟାଙ୍କ ଏହି ଶାଢ଼ୀପିନ୍ଧା ଫଟୋ ଓଡ଼ିଶାରେ ବେଶ୍ ଭାଇରାଲ ହୋଇଛି । ସମ୍ବଲପୁରୀ ଶାଢ଼ୀ ପିନ୍ଧା ଓ ବିଦ୍ୟାଙ୍କ ଭିଡ଼ିଓ ବହୁଳ ଭାବରେ ସେୟାର କରାଯାଇଛି ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories