www.samajalive.in
Saturday, December 6, 2025
16.1 C
Bhubaneswar

ସରକାରୀ ସଜାଗଗୃହର ୪୪ ଅନ୍ତେବାସୀ କରୋନା ପଜିଟିଭ

ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ସରକାରୀ ସଜାଗଗୃହରେ ଥିବା ୪୪ ଜଣ ନାବାଳକ କରୋନା ସଂକ୍ରମିତ ହୋଇଥିବା ଶନିବାର ଜଣାପଡ଼ିଛି। ବର୍ତ୍ତମାନ ଏଠାରେ ୧୦୦ ଜଣ ନାବାଳକ ରହୁଛନ୍ତି । ହେଲେ ସେମାନଙ୍କ ଭିତରୁ କିଛି ଜଣଙ୍କ ଠାରେ କରୋନା ଲକ୍ଷଣ ଦେଖା ଦେବା ପରେ ସେଥିରୁ ୭୨ ଜଣକ ସ୍ୱାବ ଟେଷ୍ଟ କରାଯାଇଥିଲା । ସେଥିରୁ ୪୪ ଜଣ ନାବାଳକଙ୍କ ପଜିଟିଭ ବାହାରିଛି ବୋଲି ବିଏମସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି ।
ସୂଚନା ଅନୁଯାୟୀ , ତେବେ ବ୍ୟାପକ ସୁରକ୍ଷା ମଧ୍ୟରେ ରହୁଥିବା ଏଠାକାର ନାବାଳକ କିପରି ସଂକ୍ରମିତ ହେଲେ ତାକୁ ନେଇ ପ୍ରଶ୍ନ ଉଠିଛି । ନାବାଳକ ମାନେ କିଛି ଅପରାଧ ଘଟାଇବା ପରେ ଜୁଭେନାଇଲ କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ତାଙ୍କୁ ଏହି ସ୍ଵତନ୍ତ୍ର ଆବାସରେ ରଖାଯାଉଛି । ପଜିଟିଭ ବାହାରିଥିବା ନାବାଳକଙ୍କ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଟିମ ପଠାଇବାକୁ ପ୍ରଶାସନକୁ ଅନୁରୋଧ କରାଯାଇଛି ବୋଲି ଆବାସ ଗୃହର ଅଧିକ୍ଷକ କହିଛନ୍ତି । ଏହା ପୂର୍ବରୁ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ୬୦ ରୁ ଉର୍ଦ୍ଧ୍ବ ଅପରାଧୀ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories