www.samajalive.in
Sunday, December 7, 2025
14.1 C
Bhubaneswar

ଋଷିକୂଲ୍ୟା ମୁହାଁଣରୁ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣା ବନ୍ଧ ନିକଟରେ ଥିବା ଋଷିକୂଲ୍ୟା ମୁହାଁଣ ଠାରୁ ୭ କିମି ଗଭୀର ସମୁଦ୍ର ମଧ୍ୟରେ ବେଆଇନ ଭାବେ ମାଛ ମାରୁଥିବା ବେଳେ ବନ ବିଭାଗ ର ପାଟ୍ରୋଲିଂ ସ୍କ୍ବାର୍ଡ ଆନ୍ଧ୍ରପ୍ରଦେଶର ଏକ ଟ୍ରଲର କୁ ମାଛ ମାରୁଥିବା ବେଳେ ଜବତ କରିଛି। ସେଥିରେ ଥିବା ୭ ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖି ମତ୍ସ୍ୟବିଭାଗକୁ ହସ୍ତାନ୍ତର କରିଛି। ଟ୍ରଲର ମଧ୍ୟରେ ୩୪୦ କିଲୋ ମାଛକୁ ସ୍ଥାନୀୟ ମା ଗଙ୍ଗାଦେବୀ ଓ ତୁମ୍ବେଶ୍ଵର ସ୍ୱୟଂ ସହାୟିକା ଗୋଷ୍ଟିକୁ ୧୪ ହଜାର ୭ ଶହ ଟଙ୍କାରେ ବିକ୍ରି ହୋଇଥିବା ଜଣା ପଡିଛି।

ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ଋଷିକୂଲ୍ୟା ମୁହାଁଣ ସମୁଦ୍ରର ଜଳରାଶି ମଧ୍ୟରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଚ ଅଲିଭ ରିଡ଼ଲେଙ୍କ ମିଳନ ପ୍ରକ୍ରିୟା ଜାରି ରହିଛି। ଏହି ସମୟରେ ସେହିସବୁ ଅଂଚଳ ରେ ମାଛ ମାରିବା ପାଇଁ କଟକଣା ଲାଗୁ କରାଯାଇଛି। ସେହିସବୁ ଅଞ୍ଚଳ ହେଲା ଋଷିକୂଲ୍ୟା ମୁହାଁଣ ସମୁଦ୍ର ମଧ୍ୟରେ ଉତ୍ତରରେ ପ୍ରୟାଗୀ, ଦକ୍ଷିଣରେ ଆର୍ଜିପଲ୍ଲୀ ଓ ସମୁଦ୍ର ମଧ୍ୟରେ ବନ ବିଭାଗ ପକ୍ଷରୁ କଡା କଟକଣା ଜାରି କରାଯାଇଛି ।
ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁଙ୍କ ନେତୃତ୍ୱରେ ଏକ ପାଟ୍ରୋଲିଂ ଟିମ ଆନ୍ଧ୍ରପ୍ରଦେଶର ଏକ ଟ୍ରଲର ମାଛ ମାରୁଥିବା ଦେଖି ତାକୁ ସମୁଦ୍ର ମଧ୍ୟରେ ଘେରି ଯାଇ ଜବତ କରିଥିଲେ।
ଖଲ୍ଲିକୋଟ ରେଞ୍ଜରଙ୍କ ସହ ରମ୍ଭା ଫରେଷ୍ଟର ଅବିନାଶ ଚୌଧୁରୀ, ରାଜେଶ୍ବର, ପ୍ରସାଦ, କ୍ରୀଷ୍ଣା, ଦୀନବନ୍ଧୁ,ଆଶାର୍ବାଦ, କେଦାର, କୁନା, ପଙ୍କଜ ପ୍ରମୁଖ ଫରେଷ୍ଟ ଗାର୍ଡ ପାଟ୍ରୋଲିଂ ଟିମ ସ୍କ୍ବାର୍ଡ ଚଢ଼ାଉରେ ସାମିଲ ଥିଲେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories