www.samajalive.in
Saturday, December 6, 2025
14.1 C
Bhubaneswar

୧୮ ଦିନରେ ୧ କୋଟି ୬୦ ଲକ୍ଷ ଟଙ୍କାର ବେଆଇନ ନିଶା ସାମଗ୍ରୀ ଜବତ – ୧୫୩ ଗିରଫ

ଭୁବନେଶ୍ୱର – ବେଆଇନ ନିଶା କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନର ୧୮ତମ ଦିନରେ, ଚଢ଼ାଉକାରୀ ଦଳ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୋଟ ଏକ କୋଟି ୬୦ ଲକ୍ଷ ଟଙ୍କାର ବେଆଇନ ସାମଗ୍ରୀ ଜବତ କରିଛନ୍ତି ।

ମୋଟ ୨୫୪ ଟି ମାମଲା ରୁଜୁ ହେବା ସହ ବେଆଇନ କାର୍ଯ୍ୟରେ ଜଡିତ ଥିବା ୧୫୩ ଜଣକୁ ଗିରଫ କରାଯାଇଛି । ଏନଫୋର୍ସମେଣ୍ଟ ଦଳ ୧୦, ୬୦୬ ଲିଟର ଆଇଡି ଲିକର, ୬୦୩ ଲିଟର ଡ୍ୟୁଟି-ପେଡ୍ ଲିକର, ୧୧ ଲିଟର ଡୁପ୍ଳିକେଟ ଲିକର ଜବତ କରିଛନ୍ତି । ସେହିପରି ବେଆଇନ ମଦ ପ୍ରସ୍ତୁତି ପାଇଁ ଥିବା ୧, ୦୭, ୫୨୩ ଲିଟର ପୋଚ ନଷ୍ଟ କରିଛନ୍ତି । ଏଥିସହିତ ବେଆଇନ ପରିବହନରେ ବ୍ୟବହୃତ ୨୦ ଟି ଗାଡ଼ିକୁ ମଧ୍ୟ ଜବତ କରାଯାଇଛି ।

- Advertisement -

ନିଷିଦ୍ଧ ନିଶା କାରବାର ଓ ଚୋରା ଚାଲାଣ ରୋକିବା ଦିଗରେ ମଧ୍ୟ ଏନଫୋର୍ସମେଣ୍ଟ ଦଳକୁ ସଫଳତା ମିଳିଛି । ଏଥିରେ ୧୩ ଟି ମାମଲା ରୁଜୁ ସହ ୧୬୩ କିଲୋଗ୍ରାମ ଗଞ୍ଜେଇ ଏବଂ ୨୪୫ ଗ୍ରାମ ହେରୋଇନ ଜବତ କରାଯାଇଛି । ଯାହା ମାଦକଦ୍ରବ୍ୟ ସମ୍ବନ୍ଧୀୟ ଅପରାଧକୁ ଦମନ କରିବାରେ ପ୍ରଶାସନର ଦୃଢ଼ ପ୍ରତିବଦ୍ଧତାକୁ ପୁନର୍ବାର ସ୍ପଷ୍ଟ କରୁଛି।

ଏହି ବିଶେଷ ଅଭିଯାନ ଜରିଆରେ ନିୟମିତ ଚଢ଼ାଉ ଜାରି ରଖି ବେଆଇନ ମଦ ଓ ନାର୍କୋଟିକ୍ସ ଚୋରାଚାଲାନରେ ଜଡିତ ସୁଦୃଢ ନେଟୱର୍କକୁ ଭଙ୍ଗିବାକୁ ବିଭାଗ ଲକ୍ଷ୍ୟ ରଖିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories