www.samajalive.in
Sunday, December 7, 2025
18.1 C
Bhubaneswar

ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ବଳାତ୍କାର -ତିନି ଗିରଫ, ବୋଲେରୋ ଜବତ

ଲହୁଣୀପଡା : ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଶସ୍ୟକଳା ପଞ୍ଚାୟତ ବରସୁଆଁକୁ ବିଶ୍ବକର୍ମା ପୂଜା ମେଳା ବୁଲିବାକୁ ଆସିଥିବା ଜଣେ ନାବାଳିକାକୁ କିଛି କାମାନ୍ଧ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି । ମେଳା ବୁଲିବାକୁ ଆସିଥିବା ନାବାଳିକା ଏବଂ ତାଙ୍କ ସାଙ୍ଗ ଗାଁକୁ ଫେରିବା ପାଇଁ ଗାଡ଼ି ପାଇ ନ ଥିଲେ । ଅସହାୟତାର ସୁଯୋଗ ନେଇ ସେମାନଙ୍କୁ ଗାଁରେ ଛାଡ଼ିଦେବାର ଏହି କାମାନ୍ଧମାନେ ପ୍ରତିଶ୍ରୁତି ଦେଇଥିଲେ । ଏକ ବୋଲେରୋରେ ନାବାଳିକାମାନଙ୍କୁ ନେବାପରେ ଜଣଙ୍କୁ ଜଙ୍ଗଲ ଭିତରକୁ ନେଇ ଗଣ ବଳାତ୍କାର କରି ଜଙ୍ଗଲରେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି । ଅନ୍ୟ ଜଣେ ଏମାନଙ୍କ କବଳକୁ କୌଣସି ମତେ ଖସି ଯାଇ ଏ ବିଷୟରେ ନିକଟସ୍ଥ ଏକ ଗାଁରେ ଖବର ଦେଇଥିଲେ ।

ସୂଚନା ଅନୁସାରେ କେ.ବଲାଙ୍ଗ ଥାନା ଅନ୍ତର୍ଗତ ବିମଳାଗଡ଼ ପଞ୍ଚାୟତ ଅଞ୍ଚଳର ଦୁଇଜଣ ନାବାଳିକା ଗତ ୧୭ତାରିଖ ଦିନ ଟ୍ରେନ ଯୋଗେ ବିମଳାଗଡ଼ରୁ ବରସୁଆଁ ବିଶ୍ବକର୍ମା ପୂଜା ମେଳା ଦେଖିବା ପାଇଁ ଯାଇଥିଲେ। ମେଳା ବୁଲିବା ଭିତରେ ଫେରିବା ଟ୍ରେନ ପଳେଇଯାଇଥିଲା। ଫଳରେ ଘରକୁ ଫେରିବା ପାଇଁ ନାବାଳିକା ଦୁଇଜଣ ଚିନ୍ତାରେ ପଡ଼ିଥିଲେ। ଏହି ସମୟରେ ନାବାଳିକା ଦୁଇଜଣଙ୍କ ସମ୍ପର୍କୀୟଙ୍କ ସହ ଭେଟ ହୋଇଥିଲା । ସେ ଏକ ବୋଲେରୋ ଯୋଗେ ଛାଡ଼ିଦେବା ପାଇଁ ବ୍ୟବସ୍ଥା କରିବା ସହ ତାଙ୍କ ସହ ଦୁଇଜଣ ଯୁବକଙ୍କୁ ମଧ୍ୟ ପଠାଇଥିଲେ, କିନ୍ତୁ ଏହି ପଠାଇବା ଖବର କୌଣସିମତେ ଜାଣିବା ପରେ ବରସୁଆଁ ଅଞ୍ଚଳରେ ରହୁଥିବା କେନ୍ଦୁଝର ଜିଲା କାଞ୍ଜିପାଣିର ଇମିରି ଗ୍ରାମର ସ୍ବର୍ଗତ ବିମଳ ସରେନର ପୁଅ ଅନୀଲ ସୋରେନ(୨୫) ଏବଂ ବରସୁଆଁର ଭଗବାନ ବୋଦ୍ରାର ପୁଅ ସୋମା ବୋଦ୍ର(୩୦)ମଧ୍ୟ ତାଙ୍କ ସହ ବୋଲେରୋରେ ଯାଇଥିଲେ। ବାରସୁଆଁ ଓ ବିମଳାଗଡ଼ ଯିବା ରାସ୍ତାର ଅନ୍ତେଇ ଜଙ୍ଗଲରେ ସୋମା ଓ ଅନୀଲ ଜୋରଜବରଦସ୍ତ ଗାଡ଼ିକୁ ଅଟକ ରଖି ନାବାଳିକା ଦୁଇ ଜଣଙ୍କୁ ଜଙ୍ଗଲ ଭିତରକୁ ଟେକି ନେଇଯିବା ପାଇଁ ଚେଷ୍ଟା କରୁଥିଲାବେଳେ ଉକ୍ତ ଦୁଇଜଣ ଯୁବକ ବିରୋଧ କରିବାରୁ ସେମାନଙ୍କୁ ବୋଲେରୋ ଚାଳକ ସହ ମିଶି ମାରପିଟ କରିଥିଲେ । ଏହାସହ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ ।

- Advertisement -

ଜଣେ ନାବାଳିକା କୌଣସିମତେ ସେମାନଙ୍କ କବଳରୁ ଖସିଯାଇଥିଲେ। ବଳାତ୍କାରୀଙ୍କ କବଳରୁ ଖସି ପଳାଇ ଯାଇଥିବା ନାବାଳିକା ଜୀବନ ବିକଳରେ ଦୌଡ଼ିଦୌଡ଼ି ନିକଟସ୍ଥ ଗ୍ରାମରେ ପହଞ୍ଚି ଘଟଣା ସମ୍ପର୍କରେ କହିବାରୁ କିଛି ଲୋକ ପହଞ୍ଚି ପାଟିତୁଣ୍ଡ କରିଥିଲେ । ଅଭିଯୁକ୍ତମାନେ ନାବାଳିକାକୁ ସେଠାରେ ଛାଡ଼ି ଫେରାର ହୋଇଯାଇଥିଲେ। ଘଟଣା ସମ୍ପର୍କରେ କେ.ବଲାଙ୍ଗ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳକୁ ଯିବା ସହ ଫେରାର ଦୁଇ ଯୁବକ ଓ ବୋଲେରୋ ସହ ଚାଳକକୁ ଥାନାକୁ ଆଣି ପଚରାଉଚୁରା କରିଛି । ଏମାନଙ୍କର ଡାକ୍ତରୀ ମାଇନା କରାଯାଇଛି । କେ.ବଲାଙ୍ଗ ପୁଲିସ ଏକ ମାମଲା ରୁଜୁ କରି ଘଟଣା ତଦନ୍ତ ଚଳାଇଥିବା ଜଣାପଡିଛି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories