www.samajalive.in
Saturday, December 6, 2025
23.1 C
Bhubaneswar

ଉଚ୍ଚ ନ୍ୟାୟାଳୟରେ ମାମଲା ବିଚାରାଧୀନ ଥାଇ ଗୋଚର ଜମିରେ ଚାଲିଛି ନିର୍ମାଣ କାର୍ଯ୍ୟ

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ସିମୋର ପଞ୍ଚାୟତରେ ଥିବା ଗୋଚର ଜମିରେ ଚାଲିଛି କୋଟି କୋଟି ଟଙ୍କାର ନିର୍ମାଣ କାର୍ଯ୍ୟ । ଗୋଚର ଜମିରେ ନିର୍ମାଣ କାର୍ୟ୍ୟ ନକରିବା ପାଇଁ ସରକାରୀ ନିର୍ଦେଶନାମା ଥିବାବେଳେ ସମ୍ପୃକ୍ତ ପଞ୍ଚାୟତରେ କାହାସ୍ୱାର୍ଥରେ ବ୍ଲକ କର୍ତ୍ତୃପକ୍ଷ ସରକାରୀ ନିର୍ଦେଶକୁ ଜଳାଞ୍ଜଳି ଦେଇ ଉଚ୍ଚ ନ୍ୟାୟାଳୟରେ କେଶ ବିଚାରାଧୀନ ଥିଲେ ମଧ୍ୟ ସେଥିପ୍ରତି ଭ୍ରୁକ୍ଷେପ ନକରି ଗୋଚର ଜମିରେ ନିର୍ମାଣ କାର୍ୟ୍ୟ କରିବା ଘଟଣାକୁ ନେଇ ସାଧାରଣରେ ବିସ୍ମୟ ପ୍ରକାଶ ପାଇଛି । ଏହି ନିର୍ମାଣ କାର୍ୟ୍ୟକୁ ବିରୋଧ କରି ଗ୍ରାମର ଜନସାଧାରଣଙ୍କ ସହିତ ଗୌରଚରଣ ପ୍ରହରାଜ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ କରିଛନ୍ତି। ପ୍ରଥମେ ୨୦୧୮ ମସିହାରେ ଏହି ଘଟଣାରେ ମାମଲା ରୁଜୁ ହେବା ପରେ ସଂପୃକ୍ତ କାର୍ୟ୍ୟଗୁଡିକ ବନ୍ଦ କରାଯାଇଥିଲା । କିନ୍ତୁ ଏବେ ମାମଲାର କୌଣସି ସମାଧାନ ନହେବା ପୂର୍ବରୁ ବ୍ଲକ କର୍ତ୍ତୃପକ୍ଷଙ୍କ ନିର୍ଦେଶରେ ପୁନଶ୍ଚ କାର୍ୟ୍ୟଗୁଡିକ ଆରମ୍ଭ ହେବା ଘଟଣା ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରିଛି । ସମ୍ପୃକ୍ତ ପଞ୍ଚାୟତର ଗୋଚର ଜମିରେ କଲ୍ୟାଣ ମଣ୍ଡପ, ଯଜ୍ଞ ମଣ୍ଡପ, ଖେଳ ପଡିଆ, ସରସ୍ୱତୀ ପାଠାଗାର, ମଶାଣୀ ଚାରିପଟେ ପ୍ରାଚୀର କାର୍ଯ୍ୟ, ଗାନ୍ଧୀ ପାର୍କ, ବାପୁଜି ପାର୍କ ଆଦି କୋଟି କୋଟି ଟଙ୍କାର କାର୍ୟ୍ୟ ବ୍ଲକ କର୍ତ୍ତୃପକ୍ଷ ଟେଣ୍ଡର ନକରି ବିଭାଗୀୟ କାର୍ଯ୍ୟାଦେଶ ରଖି ପଂଚାୟତରେ ଥିବା ଶାସକଦଳର କର୍ମୀମାନଙ୍କ ଦ୍ୱାରା କାର୍ଯ୍ୟଗୁଡିକ କରୁଛନ୍ତି । ଏହି ଉନ୍ନୟନମୂଳକ କାର୍ୟ୍ୟଗୁଡିକ ଗୋଚର ଜମିରେ କରା ଯାଉଥିବାରୁ ଏହାର ବିରୋଧ କରି ଗ୍ରାମବାସୀଙ୍କ ତରଫରୁ ଗୌରଚରଣ ପ୍ରହରାଜ ୨୦୧୮ ମସିହାରେ ଉଚ୍ଚ ନ୍ୟାୟାଳୟ ରେ ଡ଼ବ୍ଲୁପିସି ୧୨୯୮୨/୧୮ କୋଡ଼ ନଂ-୧୧୯୯୦୦ ନଂ କେଶ ରୁଜୁ କରିଥିଲେ ।ଉଚ୍ଚ ନ୍ୟାୟାଳୟ ଦେଇଥିବା ଧାର୍ୟ୍ୟ ସମୟ ମଧ୍ୟରେ ଜିଲ୍ଲା ପ୍ରଶାସନ କିଛି ବିଚାର ନ କରିବାରୁ ଶ୍ରୀ ପ୍ରହରାଜ ପୁନଶ୍ଚ ଉଚ୍ଚ ନ୍ୟାୟାଳୟରେ ଡ଼ବ୍ଲୁପିସି ନଂ୧୮୬୮୫/୧୮ କେଶ ରୁଜୁ କରିଥିଲେ । ଦୁଇମାସ ଭିତରେ ଘଟଣା ଉପରେ ନିଷ୍ପତି ନେଇ ଜଣାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଜିଲ୍ଲା ପ୍ରଶାସନ କୌଣସି କଥା ନ ଶୁଣିବାରୁ ୨୦୧୯ ମସିହାରେ କଣ୍ଟେମ୍ପଟ କେଶ୨୨୧୯/୧୯ ନଂ କେଶ ରୁଜୁ ହୋଇଛି । ପୁନଶ୍ଚ ଉଚ୍ଚ ନ୍ୟାୟାଳୟ ୩ ମାସ ମଧ୍ୟରେ ନିଷ୍ପତ୍ତି ନେବା ପାଇଁ ନିର୍ଦେଶ ଦେଇଥିଲେ । କିନ୍ତୁ ଏହି ଘଟଣା ଉପରେ ପ୍ରଶାସନ ଆଦୌ କର୍ଣ୍ଣପାତ ନକରିବାରୁ ଶ୍ରୀ ପ୍ରହରାଜ ପୁନଶ୍ଚ ବିଡିଓ, ଉପଜିଲ୍ଲାପାଳ, ଜିଲ୍ଲାପାଳ ଏବଂ ପଞ୍ଚାୟତିରାଜ ବିଭାଗ ଶାସନ ସଚିବଙ୍କୁ ପକ୍ଷ କରି ଚଳିତ ବର୍ଷ ମାର୍ଚ୍ଚ ୩ ତାରିଖରେ ୮୫୫୭/୨୧ ନଂ କେଶ ରୁଜୁ କରିଛନ୍ତି । ଏହି କେଶରେ ପକ୍ଷଙ୍କୁ ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ଡାକି ଘଟଣାର ସମାଧାନ କରିବା ପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି । କିନ୍ତୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ବେଖାତିର କରି ସିମୋର ପଞ୍ଚାୟତରେ ବନ୍ଦ ହୋଇଥିବା ଉନ୍ନୟନ କାର୍ୟ୍ୟ ପୁନଶ୍ଚ ଆରମ୍ଭ ହୋଇଛି । ଏ ସଂକ୍ରାନ୍ତରେ ବେଗୁନିଆ ବିଡ଼ିଓ ରଶ୍ମିରେଖା ଦାସଙ୍କୁ ଉଚ୍ଚ ନ୍ୟାୟାଳୟ ରେ କେଶ ବିଚାରାଧୀନ ଥାଇ କାର୍ୟ୍ୟ କିପରି କରାଯାଉଛି ବୋଲି ପଚାରିବାରେ ସେ ଉଚ୍ଚ ନ୍ୟାୟାଳୟ କାମ ବନ୍ଦ କରିବା ପାଇଁ ନିର୍ଦେଶ ଦେଇନାହାନ୍ତି ଏବଂ ଯେଉଁଠାରେ ଗୋଚର ଜମି ଅଧିକ ଅଛି ସେଠାରେ ଗୋଚର ଜମିରେ ଉନ୍ନୟନ କାର୍ୟ୍ୟ କରାଯାଇପାରିବ ବୋଲି କହିଥିଲେ ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories