www.samajalive.in
Sunday, December 7, 2025
23.1 C
Bhubaneswar

କାକୁଡି ଜୁସ୍ ପିଇଲେ ଶରୀରକୁ ମିଳିଥାଏ ଅନେକ ଲାଭ

ଉତ୍ତମ ସ୍ବାସ୍ଥ୍ୟ ପାଇଁ ଆମେ ଅନେକ ପ୍ରକାର ଖାଦ୍ୟ ଖାଇଥାଉ। ବିଭିନ୍ନ ପ୍ରକାର ଫଳରେ ଭିନ୍ନ ଭିନ୍ନ ଭିଟାମିନ ଓ ପ୍ରୋଟିନ ମିଳିଥାଏ। କାକୁଡି ଆମ ସ୍ବାସ୍ଥ୍ୟ ପାଇଁ ଅଧିକ ହିତକର। କାକୁଡିକୁ ସାଧାରଣତଃ ଆମେ ଖାଦ୍ୟ ଓ ସୌନ୍ଦର୍ୟ୍ୟ ପାଇଁ ବ୍ୟବହାର କରିଥାଉ। କାକୁଡି ଜୁସ୍ ପିଇଲେ ମଧ୍ୟ ଶରୀରକୁ ଅନେକ ଲାଭ ହୋଇଥାଏ। ଏହି ଜୁସକୁ ନିୟମିତ ପିଇବା ଦ୍ବାରା ରକ୍ତ ସଞ୍ଚାଳନ ସ୍ବାଭାବିକ ଭାବେ ହୋଇଥାଏ। ହୃଦଘାତ ହେବାର ସମ୍ଭାବନା ମଧ୍ୟ କମ ହୋଇଥାଏ। କାକୁଡି ନିୟମିତ ଖାଇବା ଦ୍ବାରା ଶରୀରରେ ଶର୍କରାର ମାତ୍ରା କମ ହୋଇଥାଏ।
କାକୁଡିରେ ୯୬.୪ଭାଗ ଜଳ, ୨.୫ଭାଗ ଶ୍ବେତସାର, ୦.୧ଭାଗ ସ୍ନେହସାର, ୦.୪ଭାଗ ପୁଷ୍ଟିସାର ଓ ୦.୪ଭାଗ ତନ୍ତୁଜ ରହିଛି। ଏହାସହ ପ୍ରତି ୧୦୦ଗ୍ରାମ କାକୁଡିରେ ୨୫ମିଲିଗ୍ରାମ ଫସଫରସ, ୧୦ମିଲିଗ୍ରାମ କ୍ୟାଲସିୟମ, ୧.୫ ମିଲିଗ୍ରାମ ଲୌହ ଥାଏ।
କାକୁଡି ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ଏହାସହ ପେଟ ପରିଷ୍କାର ଓ ଥଣ୍ଡା ରୁହେ। ପେଟ ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ।
ଆମ ଶରୀରକୁ ସୁସ୍ଥ ରଖିବାରେ ପାଣିର ଅଧିକ ଗୁରୁତ୍ୱ ରହିଛି। ଶରୀରର ୭୫% ପାଣିରେ ଗଢା ହୋଇଛି।
ଖାଲି ପେଟରେ ପାଣି ପିଇବା ଦ୍ୱାରା ଶରୀରକୁ ବହୁ ଲାଭ ମିଳିଥାଏ।
ଖାଲି ପେଟରେ ପାଣି ପିଇବା ଦ୍ୱାରା ଏହା ହଜମ କ୍ରିୟାକୁ ସୁସ୍ଥ ରଖିଥାଏ।
ପେଟ ଜନିତ ସମସ୍ୟା ଦୂର ହୋଇଥାଏ।
ମୋଟା ଲୋକଙ୍କ ଶରୀରର ଓଜନ ମଧ୍ୟ କମ ହୋଇଥାଏ।
ମୁହଁ ଖୁବ ଉଜ୍ଜଳ ରହେ।
ଚର୍ମ ଶୁଷ୍କ ହୋଇ ନଥାଏ।
କେଶ ବଢିବାକୁ ସାହାଯ୍ୟ କରିବା ସହ କେଶ ଉପୁଡ଼ିବା ମଧ୍ୟ କମ ହୋଇଥାଏ।
ଏହା କୋଷ୍ଠକାଠିନ୍ୟ ଦୂର କରେ।
ନିମ୍ନ ରକ୍ତ ଚାପ ଜନିତ ସମସ୍ୟା ଦୂର ହୋଇଥାଏ।
ପେଟରେ ଥିବା ଚର୍ବି କମ ହୋଇଥାଏ।
ନିୟମିତ ହେଉଥିବା ଗୋଡ଼, ହାତ ,ମୁଣ୍ଡ ବିନ୍ଧା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
ଏସିଡ଼ିଟିକୁ ମଧ୍ୟ ଏହା ବହୁ ମାତ୍ରରେ କମାଇଥାଏ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories