www.samajalive.in
Tuesday, November 18, 2025
27.1 C
Bhubaneswar

ସେନା ଯବାନଙ୍କ ପାଇଁ ସ୍ଵତନ୍ତ୍ର ଜୋତା ପ୍ରସ୍ତୁତ କଲା ଆଇଆଇଟି ଇନ୍ଦୋର; ପ୍ରତି ପାଦରେ ହେବ ବିଦ୍ୟୁତ ଉତ୍ପନ୍ନ

ଇନ୍ଦୋର: ଅଭିନବ ପ୍ରଯୁକ୍ତିବିଦ୍ୟା ସହ ଭାରତୀୟ ସେନା ପାଇଁ ସ୍ୱତନ୍ତ୍ର ଜୋତା ପ୍ରସ୍ତୁତ କରିଛି ଆଇଆଇଟି ଇନ୍ଦୋର। ଏହି ଜୋତା ପିନ୍ଧି ଚାଲିବା ଦ୍ଵାରା ବିଦ୍ୟୁତ୍ ଉତ୍ପନ୍ନ ହେବାସହ ଯବାନମାନଙ୍କ ଲୋକେସନ୍ ମଧ୍ୟ ଜଣାପଡ଼ିବ। ଆଇଆଇଟି ଅଧିକାରୀମାନେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ, ଆଇଆଇଟି ଇନ୍ଦୋର ଡିଆରଡିଓକୁ ପ୍ରଥମ ପର୍ଯ୍ୟାୟରେ ଏହି ଜୋତାର ୧୦ ହଳ ହସ୍ତାନ୍ତର ମଧ୍ୟ କରିଛି।

ସେ କହିଛନ୍ତି, ଆଇଆଇଟି ଇନ୍ଦୋରର ପ୍ରଫେସର ଆଇଏ ପଲାନୀଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଏହି ଜୋତାକୁ ବିକଶିତ କରାଯାଇଛି। ଅଧିକାରୀଙ୍କ କହିବାନୁସାରେ, ଏହି ଜୋତା ଟ୍ରାଇବୋ-ଇଲେକ୍ଟ୍ରିକ୍ ନାନୋ ଜେନେରେଟର(ଟେଙ୍ଗ୍‌) ଟେକ୍ନୋଲୋଜିରେ ନିର୍ମିତ, ଯେଉଁଥିପାଇଁ ଏହାକୁ ପିନ୍ଧି ଚାଲିଲେ ବିଦ୍ୟୁତ ଉତ୍ପନ୍ନ ହେବ। ଏହି ବିଦ୍ୟୁତ୍ ଜୋତା ତଳେ ଲାଗିଥିବା ଏକ ଉପକରଣରେ ଗଚ୍ଛିତ ହେବ, ଯାହା ମାଧ୍ୟମରେ ଛୋଟ ଉପକରଣଗୁଡ଼ିକ ଚଲାଯାଇପାରିବ।

- Advertisement -

ଅଧିକାରୀ ଆହୁରି କହିଛନ୍ତି, ଗ୍ଲୋବାଲ୍ ପୋଜିସନିଙ୍ଗ୍‌ ସିଷ୍ଟମ୍(ଜିପିଏସ୍) ଏବଂ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍(ଆରଏଫଆଇଡି) ଟେକ୍ନୋଲୋଜିରେ ନିର୍ମିତ ଏହି ଜୋତା ସାହାଯ୍ୟରେ ପ୍ରକୃତ ସମୟରେ ସେନା କର୍ମଚାରୀଙ୍କ ଲୋକେସନ୍‌ ମଧ୍ୟ ଜାଣିହେବ। ଆଇଆଇଟି ଇନ୍ଦୋରର ନିର୍ଦ୍ଦେଶକ ପ୍ରଫେସର ସୁହାସ ଯୋଶୀ କହିଛନ୍ତି ଯେ, ଏହି ଜୋତାର ବୈଶିଷ୍ଟ୍ୟ ସେନା କର୍ମଚାରୀଙ୍କ ସୁରକ୍ଷା, ସମନ୍ୱୟ ଏବଂ ଦକ୍ଷତାକୁ ଦୃଢ କରିବ। ଅଧିକାରୀମାନେ କହିଛନ୍ତି ଯେ, ଟେଙ୍ଗ୍ ଟେକ୍ନୋଲୋଜିରେ ନିିର୍ମିତ ଜୋତାକୁ ଅଲଜାଇମର ରୋଗରେ ପୀଡ଼ିତ ବୃଦ୍ଧବୃଦ୍ଧା, ସ୍କୁଲ ଯାଉଥିବା ପିଲା ଏବଂ ପର୍ବତାରୋହୀଙ୍କ ଲୋକେସନ୍‌ ଜାଣିବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ। ଏହା ବ୍ୟତୀତ ଏହି ଜୋତା କାରଖାନାରେ ଶ୍ରମିକମାନଙ୍କ ଉପସ୍ଥିତି ଏବଂ ସେମାନଙ୍କର କାର୍ଯ୍ୟ ଉପରେ ନଜର ରଖିବାରେ ସହାୟକ ହେବ। ଆହୁରି କହିଛନ୍ତି ଯେ, ଏହି ଜୋତା ସାହାଯ୍ୟରେ କ୍ରୀଡ଼ାବିତ୍‌ମାନଙ୍କ ପାଦ ଗତିବିଧିର ସଠିକ୍ ବିଶ୍ଳେଷଣ ମଧ୍ୟ କରାଯାଇପାରିବ, ଯଦ୍ଵାରା ଉନ୍ନତ ପ୍ରଶିକ୍ଷଣ ମାଧ୍ୟମରେ ସେମାନଙ୍କ ପ୍ରଦର୍ଶନରେ ସୁଧାର ଆଣିହେବ।

Hot this week

ଏସସିବିରେ ଲଜ୍ଜା: ଆଇସିୟୁ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ସମାଜଲାଇଭ ଡେସ୍କ: କଟକ ବଡ଼ ଡାକ୍ତରଖାନାରେ ଘଟିଛି ଲଜ୍ଜାଜନକ ଘଟଣା। ବଡ଼...

୧୦ ଅଭିଯୁକ୍ତଙ୍କ ନାଁରେ ଏନ୍‌ଆଇଏ ଚାର୍ଜସିଟ୍

ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ...

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩)...

ମୃତଦେହ ଝୁଣି ଖାଉଛି କୁକୁର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ମଣିଷ ଶରୀରକୁ ଝୁଣି ଖାଉଛି କୁକୁର। ବିଲ...

Related Articles

Popular Categories