www.samajalive.in
Sunday, December 14, 2025
16.1 C
Bhubaneswar

ବଜାଜ ଆଣିଲା ନୂଆ ଇ-ସ୍କୁଟର, ଚାର୍ଜ କଲେ ଯିବ ୧୩୬ କି.ମି.

ନୂଆଦିଲ୍ଲୀ : ବଜାଜ ଅଟୋ ନିଜ ଇଲେକ୍ଟ୍ରିକ୍ ଦୁଇ ଚକିଆ ପୋର୍ଟଫୋଲିଓରେ ସାମିଲ ଚେତକ ଇଲେକ୍ଟ୍ରିକ୍ ସ୍କୁଟରର ନୂଆ ଏଡିଶନ ନେଇଆସିଛି । କମ୍ପାନୀ ଏହାକୁ ଚେତକ ୩୨୦୧ ନାଁ ଦେଇଛି । କମ୍ପାନୀ ସୂଚନା ଅନୁସାରେ ଏହି ଇ-ସ୍କୁଟର ଥରେ ଚାର୍ଜ କଲେ ୧୩୬ କିଲୋମିଟର ଯାତ୍ରା କରିପାରିବ । ଏହାର ଏକ୍ସ-ଶୋରୁମ୍ ଦାମ୍ ୧.୩୦ ଲକ୍ଷ ଟଙ୍କା ନିର୍ଦ୍ଧାରିତ କରାଯାଇଛି । ଏହା ପ୍ରାରମ୍ଭିକ ଦାମ୍, ଯାହା ପରେ ୧.୪୦ ଲକ୍ଷ ଟଙ୍କା ହୋଇଯିବ । ଗ୍ରାହକ ଏହାକୁ ଇ-କମର୍ସ ପ୍ଲାଟଫର୍ମ ଆମାଜନରୁ ମଧ୍ୟ କିଣିପାରିବେ ।

କମ୍ପାନୀ ଏହାର ଲୁକରେ ସାମାନ୍ୟ ପରିବର୍ତ୍ତନ କରିଛି । ଏହା କେବଳ କଳା ରଙ୍ଗରେ ଉପଲବ୍ଧ ହେବ । ଏଥିରେ ଆଇପି ୬୭ ରେଟିଂ ମିଳିଥାଏ ଯାହା ଜଳରୋଧୀ ହୋଇଥାଏ । ଇ-ସ୍କୁଟରରେ ବ୍ଲୁଟୁଥ୍ କନେକ୍ଟିଭିଟି, ଚେତକ ଆପ୍, ଟିଏଫଟି ଡିସପ୍ଲେ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଆଦି ଫିଚର୍ସ ସାମିଲ । ଏଥିରେ ଡିସ୍କ ବ୍ରେକ୍, ଆଲୟ ହ୍ବିଲ୍, ଏଲଇଡି ଲାଇଟ, ଟେଲିସ୍କୋପିକ୍ ଫ୍ରଣ୍ଟ୍ ସସପେନ୍ସନ, ରହିଛି । ଏଥିରେ ଟର୍ଣ୍ଣ ବାଏ ଟର୍ଣ୍ଣ ନେଭିଗେସନ, ମ୍ୟୁଜିକ୍ କଣ୍ଟ୍ରୋଲ, କଲ୍ ଆଲର୍ଟ, ଟିଏଫଟି ଡିସପ୍ଲେ ମିଳିବ ।

- Advertisement -

ଏଥିରେ ୩.୨ କେଡବ୍ଲୁଏଚର ବ୍ୟାଟେରୀ ପ୍ୟାକ୍ ମିଳିଥାଏ ଯାହାକୁ ଥରେ ଚାର୍ଜ କଲେ ୧୩୬ କିଲୋମିଟର ଯାତ୍ରା କରିପାରିବ । ଫୁଲ ଚାର୍ଜ ହେବା ପାଇଁ ୫.୩୦ ଘଣ୍ଟା ସମୟ ଲାଗିବ । ଏହାର ସର୍ବାଧିକ ସ୍ପିଡ୍ ୭୩ କିଲୋମିଟର ପ୍ରତି ଘଣ୍ଟା । ଏଥର ରିଜ୍ଟା ଜେଡ୍, ଓଲା ଏସ୍ ଓ୍ବାନ୍ ପ୍ରୋ ଏବଂ ଟିଭିଏସ୍ ଆଇକ୍ୟୁବ୍ ସହିତ ଏହାର ମୁକାବିଲା ହେବ ।

ପ୍ୟାରିସ ଅଲିମ୍ପିକ୍ସ ; ଫାଇନାଲରେ ପହଞ୍ଚିଲେ ନୀରଜ

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories