କିଛି ଭୁଲ୍ କରିଥିଲେ ମୋ’ ଘରେ ଚଢଉ କରାଯାଉ: ମୋଦୀ
ଭୋପାଳ : ବିଭିନ୍ନ ରାଜନେତାଙ୍କ ଘରେ ହେଉଥିବା ଆୟକର ଚଢଉକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କୁହାଯାଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଅସ୍ବୀକାର କରିଛନ୍ତି। ଶୁକ୍ରବାର ମୋଦୀ କହିଛନ୍ତି ଯେ ଆଇନ ସମସ୍ତଙ୍କ ପାଇଁ ସମାନ। ସେ ଯଦି କିଛି ଭୁଲ୍ କରିଥାନ୍ତି ତେବେ ତାଙ୍କ ଘରେ ମଧ୍ୟ ଚଢଉ କରାଯାଉ ବୋଲି ମୋଦୀ କହିଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ଚଢଉକୁ ନେଇ ମୋଦୀ କହିଛନ୍ତି ଯେ ସେମାନେ କିଛି ଭୁଲ୍ କରିଥିବାରୁ ଏପରି ଚଢଉ କରିଛି। କଲମ ନାଥଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ଚଢଉ ପରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଦାୟୀ କରିବା ସହ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲା।
Comments are closed.