www.samajalive.in
Monday, December 15, 2025
27.1 C
Bhubaneswar

ଫିଟ୍‌ ହେଲେ ୨ୟ ଟେଷ୍ଟରେ ଖେଳିବେ ଜାଡେଜା

ମେଲବୋର୍ଣ୍ଣ : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯାଉଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ପରାସ୍ତ ହୋଇଛି। ଦୁଇ ଦଳ ମଧ୍ୟରେ ଆସନ୍ତା ୨୬ରୁ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ଏହି ମ୍ୟାଚ୍‌ ନିମନ୍ତେ ଭାରତୀୟ ଦଳରେ କେତେକ ପରିବର୍ତ୍ତନ ହେବା ନିଶ୍ଚିତ।

ଭାରତୀୟ ଦଳ ମ୍ୟାନେଜମେଣ୍ଟ ତରଫରୁ ମିଳିଥିବା ସୂଚନାନୁଯାୟୀ ଯଦି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଫିଟ୍ ଘୋଷିତ ହୁଅନ୍ତି ତେବେ ତାଙ୍କୁ ଦ୍ବିତୀୟ ଟେଷ୍ଟ ନିମନ୍ତେ ଭାରତୀୟ ଦଳରେ ସାମିଲ କରାଯିବ। ସୂଚନାଥାଉକି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳୁଥିବା ବେଳେ ଏକ ବଲ୍‌ ଜାଡେଜାଙ୍କ ହେଲମେଟ୍‌ରେ ମାଡ଼ ହୋଇଥିଲା। ପରବର୍ତ୍ତୀ ସମୟରେ ତାଙ୍କ ଜଂଘ ମାଂସପେଶୀରେ ଯନ୍ତ୍ରଣା ହେବାରୁ ଜାଡେଜାଙ୍କୁ ପ୍ରଥମ ଟେଷ୍ଟରୁ ବାଦ୍‌ ଦିଆଯାଇଥିଲା। ଦ୍ବିତୀୟ ଟେଷ୍ଟ ପୂର୍ବରୁ ଯଦି ଜାଡେଜା ଫିଟ୍‌ ଘୋଷିତ ହୁଅନ୍ତି ତେବେ ତାଙ୍କୁ ହନୁମା ବିହାରୀଙ୍କ ସ୍ଥାନରେ ଭାରତୀୟ ଦଳରେ ସାମିଲ କରାଯିବ ବୋଲି ଚର୍ଚ୍ଚା ହେଉଛି।

- Advertisement -

ବିଶେଷ କରି ଜାଡେଜା ନେଟ୍‌ସରେ ଦୀର୍ଘସମୟ ବୋଲିଂ କରି ପାରୁଛନ୍ତି କି ନାହିଁ ତା ଉପରେ ମ୍ୟାନେଜମେଣ୍ଟର ନଜର ରହିବ। ଜାଡେଜା ଭାରତ ତରପରୁ ୪୯ଟି ଟେଷ୍ଟ ମ୍ୟାଚ୍‌ ଖେଳି ୧୮୬୯ ରନ୍‌ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ ଗୋଟିଏ ଶତକ ଓ ୧୪ଟି ଅର୍ଦ୍ଧଶତକ ରହିଛି। ଅନ୍ୟପକ୍ଷରେ ବିହାରୀ ୧୦ଟି ଟେଷ୍ଟ ଖେଳି ୫୭୬ ରନ୍‌ କରିଛନ୍ତି। ସେଥିମଧ୍ୟରେ ଗୋଟିଏ ଶତକ ଓ ୪ଟି ଅର୍ଦ୍ଧଶତକ ରହିଛି। ଭାରତୀୟ ଦଳ ସୋମବାର ଅଭ୍ୟାସ କରିବାର ଥିଲା। ତେ​‌େ​‌ବ ବର୍ଷା ଯୋଗୁଁ ଅଭ୍ୟାସକୁ ବାତିଲ କରି ଦିଆ ଯାଇଥିବା ଜଣାପଡ଼ିଛି। ସେହିପରି ଅଷ୍ଟ୍ରେଲିଆ ପହଞ୍ଚିବା ପରେ ସଙ୍ଗରୋଧରେ ରହିଥିବା ରୋହିତ ଶର୍ମା ଆସନ୍ତା ଜାନୁଆରୀ ୩ରୁ ଅଭ୍ୟାସ ଆରମ୍ଭ କରିପାରିବେ। ସେ ୩ୟ ଟେଷ୍ଟ ନିମନ୍ତେ ଦଳରେ ସାମିଲ ହେବା ଆଶା ରହିଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories