www.samajalive.in
Monday, December 15, 2025
26.1 C
Bhubaneswar

କରୋନା ପାଇଁ କାର୍ଯ୍ୟକାରୀ କରାଯାଇପାରି ନାହିଁ ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) : ଶାହା

ନୂଆଦିଲ୍ଲୀ :  କରୋନା ମହାମାରୀ ଯୋଗୁଁ ନାଗରିକତ୍ବ ସଂଶୋଧନ ଆଇନ (ସିଏଏ)କୁ କାର୍ଯ୍ୟକାରୀ କରାଯାଇପାରି ନାହିଁ। କରୋନା ଟିକାକରଣ ଆରମ୍ଭ ହେବା ପରେ ଏହି ଆଇନର କାର୍ଯ୍ୟକାରିତା ସମ୍ପର୍କରେ ବିଚାର କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଶାହା କହିଛନ୍ତି, ‘ସିଏଏ’ ପାଇଁ ନିୟମାବଳୀ ପ୍ରସ୍ତୁତ କରାଯାଇପାରି ନାହିଁ। କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଏହି ପ୍ରକ୍ରିୟା ଆରମ୍ଭ ହୋଇପାରି ନାହିଁ। ଟିକାକରଣ ଆରମ୍ଭ ହୋଇ କରୋନା ଭୂତାଣୁ ଶୃଙ୍ଖଳ ଛିନ୍ନ ହେବା ପରେ ଆମେ ସେ ବିଷୟ ବିଚାର କରିବୁ।

ତୃଣମୂଳ କଂଗ୍ରେସର ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କରି ଶାହା କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ବିଫଳତାରୁ ଜନସାଧାରଣଙ୍କ ଧ୍ୟାନ ହଟାଇବାକୁ ମମତା ବାନାର୍ଜୀ ଏବଂ ତାଙ୍କ ଦଳ ‘ରାଜ୍ୟ ବାହାର ଲୋକ’ ପ୍ରସଙ୍ଗ ଉଠାଇଛନ୍ତି। ଯଦି ବିଜେପି ଭୋଟ୍‌ ପାଇ କ୍ଷମତାକୁ ଆସେ ତେବେ ଜଣେ ବଙ୍ଗବାସୀହିଁ ରାଜ୍ୟର ନେତୃତ୍ୱ ନେବେ। ପଶ୍ଚିମବଙ୍ଗ କ୍ୟାଡର୍‌ର ଆଇପିଏସ୍‌ ଅଧିକାରୀଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସମନ୍‌ ପଠାଇବା ପ୍ରସଙ୍ଗରେ ଶାହା କହିଛନ୍ତି ଯେ, ସମ୍ବିଧାନ ଏବଂ ଆଇନ ଅନୁସାରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଚିଠି ପଠାଇଥିଲେ।

- Advertisement -

ଏହା ଦେଶର ସଂଘୀୟ ବ୍ୟବସ୍ଥା ଅନୁସାରେ କରାଯାଇଛି। ସେମାନେ ପ୍ରଥମେ ନିୟମକାନୁନ ପଢ଼ିବା ପରେ କେନ୍ଦ୍ର ଓ ସର୍ବସାଧାରଣଙ୍କ ଆଗରେ ଏକଥା କହିବା ଉଚିତ। ପଶ୍ଚିମବଙ୍ଗରେ ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ୩ ଆଇପିଏସ୍‌ଙ୍କୁ କେନ୍ଦ୍ରୀୟ ଡେପୁଟେସନ ଲାଗି ଡକାଇଛି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories