ଜମ୍ମୁ: ଜମ୍ମୁ-କଶ୍ମୀରର ପୁଲୱାମାରେ ଗୁରୁବାର ହୋଇଥିବା ଆତ୍ମଘାତୀ ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ଜେଇଏମର ହାତ ଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଦୁଇଦିନ ପୂର୍ବରୁ ଏହି ସଂଗଠନ ଆକ୍ରମଣ କରିବ ବୋଲି ଧମକ ଦେଇଥିଲା। ଆକ୍ରମଣରେ ୩୫୦ କିଲୋ ଆଇଇଡି ବ୍ୟବହାର କରାଯାଇଥିବା ଜଣାପଡ଼ିଛି। ଶ୍ରୀନଗରଠାରୁ ଆକ୍ରମଣସ୍ଥଳର ଦୂରତା ୨୦ କି.ମି. ହେବ। ଆତ୍ମଘାତୀ ଜଣକ ଏକ ସ୍କୋର୍ପିଓରେ ଏହି ଆଇଇଡି ରଖି ଯବାନଙ୍କ ଗାଡ଼ିକୁ ଟାର୍ଗେଟ କରିଥିଲେ। ଏତେ ପରିମାଣର ଆଇଇଡି ବ୍ୟବହାର କରାଯାଇଥିବାରୁ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା।
Popular Categories



