ଭିଜିଲାନ୍ସ ଜାଲରେ ଅଧ୍ୟାପକ
ବାଲେଶ୍ବର : ଭିଜିଲାନ୍ସ ହାତରେ ଜଣେ ଅଧ୍ୟାପକ ଧରାପଡିଛନ୍ତି। ଅଧ୍ୟାପକ ହେଉଛନ୍ତି ସୋର ତଳନଗର କଲେଜର ରାମଚନ୍ଦ୍ର ଉପାଧ୍ୟାୟ। ସୂଚନାଯୋଗ୍ୟ ଯେ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ କରାଯାଇଛି। ତାଙ୍କର ସୋର ସ୍ଥିତ ବାସଭବନ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରାଯାଇଛି। ଚଢାଉ ବେଳେ ଅଧ୍ୟାପକଙ୍କ ଘରୁ ୩ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା, ଅଧା କିଲୋରୁ ଉର୍ଦ୍ଧ୍ବ ସୁନା ଓ ଦୁଇ କୋଠାଘର ଭିଜିଲାନ୍ସ ଜବତ କରିଛି।