ମହାରାଷ୍ଟ୍ର: ମହାରାଷ୍ଟ୍ର ଗଢ଼ଚିରୌଲୀର କୁରଖେଡ଼ାରେ ବୁଧବାର ସୁରକ୍ଷା କର୍ମୀଙ୍କ ଗାଡି ଉପରେ ମାଓବାଦୀଙ୍କ ଆକ୍ରମଣ ଫଳରେ ୧୫ ଜଣ ଯବାନ ଶହୀଦ ହୋଇଛନ୍ତି। ଗଢ଼ଚିରୌଲୀର ଘନ ଜଙ୍ଗଲ ମଧ୍ୟରେ ଏହି ବିସ୍ଫୋରଣ ଘଟିଛି। ‘ସି ୬୦’ କମାଣ୍ଡ ୟୁନିଟର ବାହନ ସୁରକ୍ଷା କର୍ମୀମାନଙ୍କୁ ନେଇ ଯାଉଥିବା ବେଳେ ମାଓବାଦୀମାନେ ଆଇଇଡ଼ି ବିସ୍ଫୋରଣ କରିଥିଲେ। ବୁଧବାର (ମେ ୧) ମହାରାଷ୍ଟ୍ର ଦିବସ ପାଳନ ଅବସରରେ ଏଭଳି ବିସ୍ଫୋରଣ କରାଯାଇଥିବାବେଳେ ସକାଳେ ମାଓବାଦୀମାନେ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହାର ହେଉଥିବା ପ୍ରାୟ ୪୦ଟି ଗାଡି ପୋଡି ଦେଇଛନ୍ତି। ଲୋକସଭା ନିର୍ବାଚନର ପ୍ରଥମ ୪ଟି ପର୍ଯ୍ୟାୟରେ ମହାରାଷ୍ଟ୍ରରେ ଶାନ୍ତିପୂର୍ଣ ନିର୍ବାଚନ ହେବ ନେଇ ମାଓବାଦୀଙ୍କ ଚିନ୍ତା ବଢି ଯାଇଥିବାରୁ, ସେମାନେ ଏଭଳି ବିସ୍ଫୋରଣ ଘଟାଇ ନିଜର ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରୁଥିବା କୁହାଯାଇଛି।
Popular Categories



