www.samajalive.in
Tuesday, December 9, 2025
15.1 C
Bhubaneswar

ଆଜି ଇଦ୍‍-ଉଲ୍‍-ଜୁହା, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି

ଆଜି ଦେଶର ବିଭିନ୍ନ ଭାଗରେ ବଳିଦାନର ପର୍ବ ଇଦ୍‍-ଉଲ୍‍-ଜୁହା ପାଳିତ ହେଉଛି। କେତେକ ସ୍ଥାନରେ କରୋନା ମହାମାରୀ ଦୃଷ୍ଟିରୁ ଇଦ୍‍ଗାହ ଏବଂ ମସ୍‍ଜିଦଗୁଡ଼ିକରେ ଏକତ୍ର ହେବାକୁ ବାରଣ କରାଯାଇଛି। ସରକାରଙ୍କ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ ମୁତାବକ ଏହି ପର୍ବ ପାଳନ ନିମନ୍ତେ ଧର୍ମଗୁରୁମାନେ ଆହ୍ୱାନ ଦେଇଛନ୍ତି।


ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଏମ୍‍.ଭେଙ୍କିୟାନାଇଡୁ ଇଦ୍‍-ଉଲ୍‍-ଜୁହା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ଇଦ୍‍-ଉଲ୍‍-ଜୁହା ହେଉଛି ନିସ୍ୱାର୍ଥପର ସ୍ନେହ ଏବଂ ବଳିଦାନର ଦିବସ। ଏହି ପର୍ବ ଆମକୁ ଏକତା ସୂତ୍ରରେ ବାନ୍ଧିହୋଇ ସମାଜରେ ବିକାଶ ଲକ୍ଷ୍ୟ ସାଧନ କରିବା ଦିଗରେ ବ୍ରତୀ କରାଇଥାଏ। ସେ କହିଛନ୍ତି ଏହି ପର୍ବ ଗରିବ ଏବଂ ଦଳିତମାନଙ୍କୁ ସାହାଯ୍ୟ କରିବା ଏବଂ ସ୍ନେହ ବାଣ୍ଟିବାର ପର୍ବ।

- Advertisement -


ଉପରାଷ୍ଟ୍ରପତି ଏମ୍‍. ଭେଙ୍କୟା ନାଇଡୁ ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ଶ୍ରୀ ନାଇଡୁ କହିଛନ୍ତି, ବଳୀଦାନର ପର୍ବ ଇଦ୍‍-ଉଲ୍‍-ଜୁହା ଭଗବାନଙ୍କ ପ୍ରତି ସମର୍ପଣକୁ ଦର୍ଶାଇଥାଏ। ସେ କହିଛନ୍ତି, ପର୍ବପର୍ବାଣୀ ଗୁଡ଼ିକରେ ପରିବାର ଓ ସମ୍ପ୍ରଦାୟ ଏକାଠି ହୋଇ ଉତ୍ସବ ପାଳନ କରିଥାନ୍ତି। କୋଭିଡ୍‍ ସୁରକ୍ଷା ନିୟମ ଅନୁପାଳନ କରି ସମସ୍ତେ ଇଦ୍‍ ଉତ୍ସବ ପାଳନ ପାଇଁ ଉପରାଷ୍ଟ୍ରପତି ନିବେଦନ କରିଛନ୍ତି। ଉଦ୍‍-ଉଲ୍‍-ଜୁହା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସୌହାର୍ଦ୍ଦ୍ୟ ଆଣିଦେଉ ବୋଲି ସେ କାମନା କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories